ଚିଟ୍‌ଫଣ୍ଡ୍‌ ଦୁର୍ନୀତି: ଆଇକୋର୍‌ ମାମଲାର ଅନ୍ତରୀଣ ରହିତାଦେଶ

ଆଇକୋର୍‌ ମାମଲାର ଅନ୍ତରୀଣ ରହିତାଦେଶ

କଟକ: ଆଇକୋର ସର୍ଭିସେସ ଠକେଇ ସଂପର୍କିତ ନିମ୍ନ ଅଦାଲତ ମାମଲାର ବିଚାର ପ୍ରକ୍ରିୟା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ତପୀଠ କନିକା ମାଇତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଆଇ କୋର୍ ଠକେଇକୁ ନେଇ ଖଣ୍ତଗିରି ଥାନା ପୁଲିସ ପ୍ରଥମେ ମାମଲା ରୁଜୁ କରି ନିମ୍ନ ଅଦାଲତରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିିର୍ଦ୍ଦେଶରେ ତଦନ୍ତ ଭାର ସିବିଆଇ ନେଇଥିଲା। ସିବିଆଇ ତଦନ୍ତ କରି ସ୍ବତନ୍ତ୍ର ଅଦାଲତରେ କମ୍ପାନି ବିରୋଧରେ ଆଉ ଏକ ଚାର୍ଜସିଟ୍‌ ଦାଖଲ କରିଥିଲା। ପୁନଃ ତଦନ୍ତ କରି ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ କରିବା ନିୟମ ଥିବାବେଳେ ସିବିଆଇ ଏହା କରିନଥିଲା ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି।। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ସିବିଆଇ ୨୦୧୭, ଏପ୍ରିଲ ୧୦ରେ କମ୍ପାନି ମୁଖ୍ୟ ଅନୁକୂଳ ମାଇତି ଓ କନିକା ମାଇତିଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର