ବ୍ରହ୍ମପୁର : ଚିଟଫଣ୍ଡ ସଂସ୍ଥା କ୍ୟାଟଲୁନ୍ର ଅନ୍ୟତମ ନିର୍ଦ୍ଦେଶକ ଦ୍ବାରିକାନାଥ ମିଶ୍ର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ଜଜ୍ ଦୀପ୍ତିରଂଜନ କାନୁନ୍ଗୋ ଦ୍ବାରିକାନାଥଙ୍କ ଜାମିନ୍ ମଂଜୁର କରିଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ଖୋଲିଥିବା ଅର୍ଥଲଗାଣକାରୀ ସଂସ୍ଥା କ୍ୟାଟଲୁନ୍ ନାଁରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ସମ୍ପର୍କରେ ଗତ ଜୁଲାଇ ୨୦୧୫ରେ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ନିକଟରେ ଅଭିଯୋଗ ହୋଇଥିଲା। ବୁଗୁଡ଼ାର ରାମକୃଷ୍ଣ ପତି ଓ ଅନ୍ୟମାନଙ୍କ ଅଭିଯୋଗ କ୍ରମେ ଇଓଡବ୍ଲୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଠକେଇ ମାମଲାରେ ପ୍ରାୟ ୧୦ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ପୂର୍ବରୁ ସଂସ୍ଥାର ଦୁଇଜଣ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ସେଠୀ ଓ ଅମିତ ନାୟକଙ୍କୁ ଜାମିନ୍ ମିଳି ସାରିଛି। ଦ୍ବାରିକାନାଥ ଏହି ମାମଲାରେ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
କ୍ୟାଟଲୁନ୍ ଚିଟଫଣ୍ଡ ଠକେଇ : ଆତ୍ମସମର୍ପଣ ପରେ ନିର୍ଦ୍ଦେଶକଙ୍କୁ ଜାମିନ୍
/sambad/media/post_attachments/wp-content/uploads/2019/03/cou.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)