ଫ୍ଲୋରିସ୍‌ ଇଣ୍ଡିଆକୁ ୧୬,୯୦୦ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ନୋଟିସ୍‌

ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସ କମିସନଙ୍କ ସତ୍ୟପାଠ ଯାଞ୍ଚ

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ୍‌ ପରେ ଫ୍ଲୋରିସ୍‌ ଡେଭେଲପମେଣ୍ଟ ଇଣ୍ଡିଆ ଲିମିଟେଡ୍‌ ସଂସ୍ଥାକୁ ୧୬ ହଜାର ୯୫୯ କ୍ଷୁଦ୍ର ଜମାକାରୀଙ୍କ ଦାବି ଉପରେ ପକ୍ଷ ରଖିବାକୁ ନୋଟିସ୍‌ ଜାରି କରିଛନ୍ତି। ସମ୍ବଲପୁର ଜେଲରେ ଥିବା ଫ୍ଲୋରିସର ପୂର୍ବତନ ଏମ୍‌ଡି ପ୍ରସନ୍ନ କୁମାର ଦାଶ ଓ ଏମ୍‌ଡି ଶ୍ରୀବଲ୍ଲଭ ପ୍ରସାଦ ନାୟକଙ୍କୁ କମିସନ୍‌ ନୋଟିସ୍‌ ଜାରି କରି ନିଜେ କିମ୍ବା ପ୍ରତିନିଧିଙ୍କ ମାଧ୍ୟମରେ ୨୦୧୮, ମାର୍ଚ୍ଚ ୩୧ରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ ଆଉ ପ୍ରାୟ ୩୦ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ କମିସନ୍‌ ସାନି ନୋଟିସ୍‌ ଜାରି କରିଛନ୍ତି। ଏଥି ମଧ୍ୟରେ ଗ୍ରିନ୍‌ ରେ ଇଣ୍ଟରନ୍ୟାସନାଲ ସଂସ୍ଥାକୁ ୬ ହଜାର ୮୧୨ ଜଣ ଓ ଆଇ କୋର୍‌ ସର୍ଭିସେସ୍‌ ସଂସ୍ଥାକୁ ୧ ହଜାର ୭୫ ଜଣ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ନୋଟିସ୍‌ ଜାରି କରାଯାଇଛି। ସୂଚନା ଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟରେ ପୂର୍ବରୁ କମିସନ୍‌ ସିସୋର, ଅର୍ଥତତ୍ତ୍ୱ ଓ ଆସ୍ଥା ଇଣ୍ଟରନ୍ୟାସନାଲ ସହିତ ଅନ୍ୟ କେତେକ ସଂସ୍ଥାକୁ ନୋଟିସ୍‌ ଜାରି କରି ସାରିଛନ୍ତି।

ସମ୍ବନ୍ଧିତ ଖବର