ନବଦିଗନ୍ତ ଚିଟ୍‌ଫଣ୍ଡ୍‌ ମାମଲା: ଜେଲ୍‌ରୁ ବାହାରିଲେ ସାଂସଦ ରାମଚନ୍ଦ୍ର ହାଁସଦା

ଭୁବନେଶ୍ୱର : ନବଦିଗନ୍ତ ଚିଟଫଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟରୁ ଜାମିନ୍‌ ପାଇଥିବା ସାଂସଦ ରାମଚନ୍ଦ୍ର ହାଁସଦା ଆଜି ସଂଧ୍ୟାରେ ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି। ତିନି ଦିନ ତାଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ।

ଏଠାରେ ପ୍ରକାଶଥାଉକି, ସାଂସଦ ଶ୍ରୀ ହାଁସଦାଙ୍କୁ ସିବିଆଇ ନବଦିଗନ୍ତ ଚିଟଫଣ୍ଡ୍‌ ଠକେଇ ମାମଲାରେ ୨୦୧୪ ମସିହା ନଭେମ୍ବର ମାସ ୪ ତାରିଖରେ ଗିରଫ କରିଥିଲା। ତାଙ୍କ ଘରେ ଚଢ଼ଉ ବେଳେ ସିବିଆଇ ନଗଦ ୨୮ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ସିବିଆଇ ସାଂସଦଙ୍କ ସମେତ ଦୁଇ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତିଙ୍କୁ ମଧ୍ୟ ଗିରଫ କରିଥିଲା।

ସମ୍ବନ୍ଧିତ ଖବର