ପୁରୀ : ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ପାଳିତ ହୋଇଛି। ଅଣସରଠାରୁ ଓଲାଗି ହୋଇ ରହିଥିବା ଚିତା ଆଜି ତିନି ଠାକୁରଙ୍କୁ ଲାଗି ହୋଇଛି। ବଡ଼ଠାକୁର ବଳଭଦ୍ରଙ୍କଠାରେ ନୀଳ ରଙ୍ଗର ଚିତା, ମା’ ସୁଭଦ୍ରାଙ୍କଠାରେ ନାଲି ଓ ଶ୍ରୀଜଗନ୍ନାଥଙ୍କଠାରେ ଧଳା (ହୀରା) ଚିତା ଲାଗି ହୋଇଛି। ପ୍ରଥମ ଭୋଗମଣ୍ଡପ ପରେ ଏହି ନୀତି ସଂପନ୍ନ ହୋଇଛି। ଏଥିପାଇଁ ଅପରାହ୍ଣ ପ୍ରାୟ ୨ଟାରୁ ୬ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ସଂଧ୍ୟାରେ ସ୍ବତନ୍ତ୍ର ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ଆଜି ଅମାବାସ୍ୟା ଠାକୁର ପାଲିଙ୍କିରେ ସାହି ପରିକ୍ରମା କରିବା ପରେ ସ୍ବର୍ଗଦ୍ବାର ସମ୍ମୁଖ ମଣ୍ଡପରେ ସ୍ବତନ୍ତ୍ର ନୀତି ସଂପନ୍ନ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp