ଭୁବନେଶ୍ବର : ଚିଟ ଫଣ୍ଡ ଜମାକାରୀଙ୍କ ପାଇଁ ଏକ ଭଲ ଖବର । ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ରାୟ ଶୁଣାଇଛନ୍ତି । ଅନଲାଇନ ମାଧ୍ୟମରେ ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରଆଇ ଓ ପଞ୍ଚାୟତ ସ୍ତରରେ ଚିହ୍ନଟ ଅନୁସାରେ ଜମାକାରୀ ଟଙ୍କା ପାଇବେ । ଏହି ରାଶି ଅନଲାଇନରେ ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ ।
ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଜମାକାରୀଙ୍କୁ ମିଳିବ ଟଙ୍କା , ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ରାୟ
/sambad/media/post_attachments/wp-content/uploads/2017/11/chitfund.jpg)