କୋଟି କୋଟି ଟଙ୍କାର ଚିଠଫଣ୍ଡ ଠକେଇ ଅଭିଯୁକ୍ତ ବରେଲିରୁ ଗିରଫ

ଭୁବନେଶ୍ବର: ଜଣେ ଚିଠଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଇଓବ୍ଲୁ କବଜାରେ ଏବେ ଚିଟଫଣ୍ଡ ନିର୍ଦେଶକ ଦିଲୀପ କୁମାର ଜୈନ। ଅଭିଯୁକ୍ତଙ୍କ ବିରୁଦ୍ଧରେ କୋଟି କୋଟି ଟଙ୍କା ଚିଟ ଫଣ୍ଡ ଠକେଇର ଅଭିଯୋଗ ରହିଛି। ସେ ଅଧିକ ସୁଧର ଲେଭ ଦେଖାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେଣ ଚମ୍ପଟ ମାରିଥିବା ଜଣାଯାଇଛି।

ଏନେଇ ଅନୁଗୁଳ ଜିଲ୍ଲାର ତାଳଚେରର ଲକ୍ଷ୍ମୀନାରାୟଣ ମହାପାତ୍ର ଇଣ୍ଟର ଓସିଅନ୍ ବିଦେଶ ଲିମିଟେଡ୍ ଚିଟଫଣ୍ଡ କଂପାନି ନାଆଁରେ ଅଭିଯୋଗ ଆଣିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଇଣ୍ଟର ଓସିଅନ୍ ବିଦେଶ ଲିମିଟେଡ୍ ଚିଟଫଣ୍ଡ କଂପାନି ଲୋକଙ୍କ ଠାରୁ ବେଆଇନ୍ ଭାବେ ବିଭିନ୍ନ ଡିପୋଜିଟ୍ ଯୋଜନା ନାଆଁରେ ଦୁଇ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରୁଛି। ସେମାନଙ୍କୁ ଅବଧି ପୂରଣ ପରେ ଜମାଟଙ୍କା ଫେରାଉ ନାହିଁ। ଏନେଇ ମାମଲା ରୁଜୁ ହେବା ପରେ କ୍ରାଇମବ୍ରାଞ୍ଚ ଇଓବ୍ଲୁ ପକ୍ଷରୁ ତଦନ୍ତ କରାଯିବା ସହ ମୁଖ୍ୟ ଅଭିଯୁକ୍ତ ଦିଲୀପ କୁମାର ଜୈନଙ୍କୁ ବରେଲିରୁ ଗିରଫ କରାଯାଇଛି। ତାଙ୍କୁ କଟକର ଓପିଆଇଡି କୋର୍ଟରେ ହାଜର କରାଯିବ।

ସମ୍ବନ୍ଧିତ ଖବର