ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ଅଞ୍ଚଳର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଶୁକ୍ରବାର ସ୍ଥାନୀୟ ତହସିଲ ଅଫିସ ଘେରଉ କରିଥିଲେ। ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ସହ ୭ ଦଫା ଦାବିରେ ଏହି ଘେରଉ କରାଯାଇଥିଲା। ଜମାକାରୀମାନେ ଟଙ୍କା ଫେରସ୍ତ ପାଇବା ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ଆଗରେ ୧୭ ଜାନୁଆରିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିବାରାତ୍ର ଗଣସତ୍ୟାଗ୍ରହ ଚାଲୁ ରହିବ ବୋଲି ଏହି ଅବସରରେ ଧମକ ଦିଆଯାଇଛି।

Advertisment

ମୁରିବାହାଲ ଡାକବଙ୍ଗଳା ଛକରୁ ଜମାକାରୀଙ୍କ ଏକ ବିରାଟ ରାଲି ବାହାରି ମୁରିବାହାଲ ତହସିଲ ଅଫିସ ଆଗରେ ପହଞ୍ଚିଥିଲା। ସେଠାରେ ଅନୁ‌ଷ୍ଠିତ ପ୍ରତିବାଦ ସଭାରେ ମଞ୍ଚର ବ୍ଲକ୍‌ ସଭାପତି ଦଶରଥ ମେହେର ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜମାକାରୀ ମିଳିତ ମଞ୍ଚ ସଭାପତି ଜୟନ୍ତ ଦାସ ଓ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ଵାଳ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଶେଷରେ ମୁରିବାହାଲ ତହସିଲଦାର ସୋନାଲି ପାତ୍ର ଦାବିପତ୍ର ଗ୍ରହଣ କରିଥିଲେ।