ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ସରକାର ଠକିଛନ୍ତି : ୩୦୦ କୋଟି କର୍ପସ୍‌ ପାଣ୍ଠି କୁଆଡ଼େ ଗଲା?

ଭୁବନେଶ୍ବର : ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ସରକାର ଠକିଛନ୍ତି। ବୃହତ ଜମାକାରୀଙ୍କ କଥା ଦୂରେ ଥାଉ, କ୍ଷୁଦ୍ର ଜମାକାରୀ ମଧ୍ୟ ଟଙ୍କା ଫେରିପାଇଲେ ନାହିଁ ବୋଲି ଆଜି ବିଧାନସଭାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରି‌ଷ୍ଠ ସଭ୍ୟ ସନ୍ତୋଷ ସିଂହ ସାଲୁଜା। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ସାଲୁଜା କହିଲେ, ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ‌େଦଇଥିଲେ। କ୍ଷୁଦ୍ର ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥି ପାଇଁ ଗଠିତ ଜଷ୍ଟିସ୍ ଏମ୍ ଏମ୍‌ ଦାସ କମିସନ୍‌ଙ୍କ ପାଖକୁ ବହୁ ସତ୍ୟପାଠ ଆସିଥିଲା। କିନ୍ତୁ ଟଙ୍କା ଫେରିପାଇଲେ ମାତ୍ର ୨୨୦୦ କ୍ଷୁଦ୍ର ଜମାକାରୀ। ଏହା ମଧ୍ୟରେ କମିସନ୍‌ଙ୍କ କାର୍ଯ୍ୟକାଳ ‌େଶଷ ହୋଇଗଲାଣି। ତାଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିଗଲାଣି। ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ସରକାର ୩୦୦ କୋଟି ଟଙ୍କା କର୍ପସ୍‌ ପାଣ୍ଠି କରିଥିଲେ। ଏହି ପାଣ୍ଠି କୁଆଡ଼େ ଗଲା ଜଣାପଡ଼ିଲାନି। ଲୋକ ଟଙ୍କା ଫେରି ପାଇ ନ ଥିବା ବେଳେ କମିସନ୍‌ଙ୍କ କାର୍ଯ୍ୟକାଳ କାହିଁକି ବଢ଼ାଗଲାନି ? କୁହାଯାଉଛି ଯେ କେନ୍ଦ୍ର ଗୃହ ମନ୍ତ୍ରୀ ନବୀନ ନିବାସ ଗଲା ପରେ ଆଉ ସିବିଆଇ ଏହି ପ୍ରସଙ୍ଗରେ କିଛି କରିବ ନାହିଁ। ନିର୍ବାଚନ ପୂର୍ବରୁ ଦୁଇ ଜଣ ବିଧାୟକଙ୍କୁ ଜେରା କରାଯାଇଥିବା କୁହାଗଲା। କିନ୍ତୁ ‌ରାଜ୍ୟବାସୀ ଅନ୍ଧାରରେ ରହିଲେ। ବାଚସ୍ପତି ଏହି ପ୍ରସଙ୍ଗରେ ରୁଲିଂ ଦେବାକୁ ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର