ବାହ୍ୟଜଗତରୁ ବିଛିନ୍ନ ଅଞ୍ଚଳରେ ପହଞ୍ଚିଲେ ଚିତ୍ରକୋଣ୍ଡା ବିଡିଓ , ଲୋକେ ଦେଖି ହତବାକ୍

ମାଲକାନଗିରି: ମାଲକାନଗିରିର ଚିତ୍ରକୋଣ୍ଡା ବିଡିଓ ଗତକାଲି ଅପହଂଚ ଧୂଳିପୁଟ ପଂଚାୟତରେ ପହଞ୍ଚିବାପରେ ସେଠାକାର ଲୋକେ ହତବାକ୍ ହୋଇଯାଇଥିଲେ।ସେହି ବିଡିଓ ହେଲେ ଲରେମନ ଖରସେଲ । ମାଲକାନଗିରିର ଚିତ୍ରକୋଣ୍ଡାର ୯ଟା ପଂଚାୟତ ଭିତରୁ ୭ଟା ଏକଦମ୍ ବାହ୍ୟଜଗତରୁ ବିଛିନ୍ନ। ଏହି କାରଣରୁ ସେଠାକୁ କୌଣସି ସରକାରୀ ଅଧିକାରୀ ଯାଇ ନଥାନ୍ତି।

ସେ ଗତକାଲି ଚିତ୍ରକୋଣ୍ଡାରୁ ୩୦ କିଲୋମିଟର ମୋଟର ସାଇକେଲ ଯୋଗେ ଯିବାପରେ ପ୍ରାୟ ୮ରୁ ୧୦ କିଲୋମିଟର ନଦୀ ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ସେଠାରେ ପହଂଚିଥିଲେ। ଏଥିଲାଗି ତାଙ୍କୁ ପାଖାପାଖି ୩ ଘଣ୍ଟା ସମୟ ଲାଗିଥିଲା ବୋଲି ଜଣାଯାଇଛି। ସେଠାରେ ସେ ପଂଚାୟତବାସୀଙ୍କ ସହ ସମସ୍ତ ସମସ୍ୟାର ଆଲୋଚନା କରି ପ୍ରଥମେ ଗାଁକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ପରେ ଏହି ଅଂଚଳରେ କୌଣସି ସରକାରୀ ଅଧିକାରୀ ଆଉ ଆସିନଥିଲେ । ନକ୍ସଲ ଭୟରେ ଏହି ଅଂଚଳକୁ କେହି ଆସୁ ନଥିବା ବେଳେ ଏହି ଅଂଚଳକୁ ଲରେମନ ପହଂଚି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର