ଓଡିଶା ଡ୍ୟାମ ସେଫଟି କମିଟିର ଚିତ୍ରକୋଣ୍ଡା ଡ୍ୟାମ ଓ ସ୍ପିଲୱେର ଯାଞ୍ଚ

ଚିତ୍ରକୋଣ୍ଡା: ଅବସରପ୍ରାପ୍ତ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ଡ୍ୟାମ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଟିମ ଚିତ୍ରକୋଣ୍ଡା ଡ୍ୟାମ ଓ ସ୍ପିଲୱେର ବିଭିନ୍ନ ସୁରକ୍ଷା ସମ୍ବନ୍ଧିତ ଯାଞ୍ଚ କରିଥିଲେ।

ସୂଚନାନୁଯାୟୀ ଓଡିଶା ସରକାରଙ୍କ ଅଧୀନରେ ସମୁଦାୟ ୨୦୪ଟି ବନ୍ଧ ରହିଛି । ସେଥିମଧ୍ୟରୁ ୧୦ଟି ବୃହତ୍ତ ଜଳସେଚନ ପ୍ରକଳ୍ପ, ୫୦ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୧୪୪ଟି ଖୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ସେହି ସବୁ ଜଳସେଚନ ପ୍ରକଳ୍ପରେ ଥିବା ଡ୍ୟାମ ଓ ସ୍ପିଲୱେଗୁଡିକର ସୁରକ୍ଷା ଓ ମରାମତି ସମ୍ବନ୍ଧିତ ବିଷୟରେ ଯାଞ୍ଚ କରିବା ସହ ତାର ନିରାକରଣ କରିବା ନିମନ୍ତେ ଏହି ଡ୍ୟାମ ସେଫ୍ଟି କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥାଏ ।

ଆଜି ଏହି ସଂକ୍ରାନ୍ତରେ ଚିତ୍ରକୋଣ୍ଡା ଡ୍ୟାମ ଓ ତାର ସ୍ପିଲୱେଗୁଡିକର ଯାଞ୍ଚ ନିମନ୍ତେ ଅବସରପ୍ରାପ୍ତ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ ବିଭୁତିଭୂଷଣ ପଣ୍ଡା ,ଡେପୁଟି ଡ଼ାଇରେକ୍ଟର ଅରୁଣ କୁମାର ଦାସ, ସୁବାଷ ଚନ୍ଦ୍ର ରଥ ପ୍ରମୁଖ ଚିତ୍ରକୋଣ୍ଡାରେ ପହଞ୍ଚି ଡ୍ୟାମ ଓ ସ୍ପିଲୱେର ଯାଞ୍ଚ କରିଥିଲେ । ଏହି ସମୟରେ ପୋଟେରୁ ଜଳସେଚନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଚନ୍ଦ୍ରଶେଖର ମିଶ୍ର, ବାଲିମେଳା ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଶ୍ରୀ କବିପ୍ରସାଦ ନାଥ , ଉପ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ସାହୁ ( ସିଭିଲ) ଓ  ନବକିଶୋର ସିଂ( ମେକାନିକାଲ) ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର