ବାଲିମେଳା ଏମୟୁଜେ ତରଫରୁ ଚିତ୍ରକୋଣ୍ଡା ବିଧାୟକଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି: ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସ (ଏମୟୁଜେ)ର ସଭାପତି ଦେବ ପ୍ରସାଦ ଦାଶ ଏବଂ ମାଲକାନଗିରି ୟୁନିୟନ ଅଫ ଜର୍ଣାଲିଷ୍ଟସର ବାଲିମେଳା ଶାଖାର ସଭାପତି ରବୀ ରଶ୍ମୀ ଗୁରୁଙ୍କ ସହିତ ବାଲିମେଳା ଶାଖାର ସମସ୍ତ ସାମ୍ବାଦିକ ସଦସ୍ୟ ମଧ୍ୟରୁ ଚନ୍ଦନ କୁମାର ବାରିକ, ମନୋଜ ପାଙ୍ଗି, ସିମାଞ୍ଚଳ ବିଶ୍ବାଳ, ଶିବଦତ୍ତ ସାହୁ ସୁଧାଂଶୁ ଶେଖର ମହାନ୍ତି ଏବଂ ଈଶାକ ଖୋସଲାଙ୍କ ଦ୍ଵାରା ନବ ନିର୍ବାଚିତ ବିଧାୟକ ଚିତ୍ରକୋଣ୍ଡା ମଙ୍ଗୁ ଖିଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଧାୟକ ସଂଘର ସାମ୍ବାଦିକମାନଙ୍କ ସହିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସମସ୍ୟା ଯେପରି ମାଲକାନଗିରି ଜିଲ୍ଲାରେ ଜଳସେଚନର ସୁବ୍ୟବସ୍ଥା, ଚାଷୀ ଭାଇମାନଙ୍କ ବିଭିନ୍ନ ଦାବିର ସମାଧାନ, ସାମ୍ବାଦିକମାନଙ୍କ ସୁରକ୍ଷା ଓ ପେନସନ ବିଷୟରେ ସେ ବିଧାନସଭାରେ ଦାବି କରିବେ ବୋଲି କହିଛନ୍ତି। ସେ ବିଶେଷ ଭାବରେ ସ୍ବାଭିମାନ ଅଞ୍ଚଳର ଯେଉଁ ଯେଉଁ ପ୍ରଧାନ ସମସ୍ୟା ସବୁ ରହିଛି ତାକୁ ଅଗ୍ରାଧିକାର ଭିତ୍ତିରେ ଯଥାଶୀଘ୍ର ସମାଧାନ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଲାଭାଂଶ ର ୪ ପ୍ରତିଶତ ଅର୍ଥ ଏ ଅଞ୍ଚଳର ପେରିଫେରିଆଲ ଡେଭଲପମେଣ୍ଟ ପାଇଁ ଠିକ୍ ଭାବରେ ଖର୍ଚ୍ଚ ହେଉନାହିଁ ବୋଲି ଅଭିଯୋଗ ଆସୁଛି। ଏହି ବିଷୟରେ ତଦନ୍ତ କରାଯିବ ଏବଂ ଜିଲ୍ଲାପାଳଙ୍କ ସହିତ ଏ ବିଷୟରେ ଆଲୋଚନା କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ମାଲକାନଗିରି ଜିଲ୍ଲା ଭିତର ଦେଇ ଯାଇଥିବା ଏସାର କମ୍ପାନିର ଲୁହାପଥର ପରିବହନ କରୁଥିବା ପାଇପ ଲାଇନ ଯାହା ଜିନ୍ଦଲ ଷ୍ଟିଲକୁ ହସ୍ତାନ୍ତର କରାଯାଇଛି ସେଥିମଧ୍ୟରୁ ଯେତିକି ଲାଭ ହୁଏ, ତାହାର ୪ ପ୍ରତିଶତ ଅର୍ଥ ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ଖର୍ଚ୍ଚ ହେବା କଥା।ସେ ଅର୍ଥ ଜିନ୍ଦଲ ଷ୍ଟିଲ କମ୍ପାନି ଖର୍ଚ୍ଚ କରିଛନ୍ତି କି ନାହିଁ ଏବଂ ଯଦି କରିଛନ୍ତି ତେବେ କିପରି ଓ କେଉଁଠି ଖର୍ଚ୍ଚ କରାଯାଇଛି ସେ ବିଷୟରେ ଖୋଳତାଡ଼ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର