ଚିତ୍ତ ଜ୍ଞାନୀ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ବ୍ରହ୍ମଗିରି : କଟକ କେନାଲ୍‌ ରୋଡ୍‌ସ୍ଥିତ ଚିତ୍ତ ଜ୍ଞାନୀ ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ବାତ୍ୟା ଆଶ୍ରୟସ୍ଥଳୀଠାରେ ଆଜି ଏକ ମେଗା ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୫୫୦ ରୋଗୀ ଚିକିତ୍ସିତ ହୋଇଥିଲେ। ୪୨ ଜଣ ଚକ୍ଷୁ ରୋଗୀଙ୍କୁ ଚଷମା ଦିଆଯାଇଥିବା ବେଳେ ୬୨ ଜଣ ଦାନ୍ତ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ଏହା ସହିତ ଆବଶ୍ୟକ ସ୍ଥ‌ଳେ ରୋଗୀଙ୍କ ଏକ୍ସରେ, ଇସିଜି ଆଦି ପରୀକ୍ଷା କରାଯାଇଥିଲା। ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଦତ୍ତେଶ୍ବର ହୋତା, ପାଥୋଲୋଜି ବିଶେଷଜ୍ଞ ଡାକ୍ତର ସୁଜାତା ପୂଜାରୀ, ଶଲ୍ୟ ବିଶେଷଜ୍ଞ ଡାକ୍ତର ବି.ବି.ନାୟକ ଓ ଡାକ୍ତର ଆରକେ ମହାପାତ୍ର, ନେଫ୍ରୋଲୋଜି ବିଶେଷଜ୍ଞ ଡାକ୍ତର ଚିତ୍ତରଞ୍ଜନ କର, ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ବଜିତ୍ ଦାଶ, ଦାନ୍ତ ଡାକ୍ତର ଗୌରବ ଶର୍ମା ଓ ଡାକ୍ତର ଜୟନ୍ତ ଦାଶ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଭାଷ ପଟେଲ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ପ୍ରଧାନ, କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ଡାକ୍ତର ମାନସ ବିଶ୍ବାଳ, ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ପ୍ରସନଜିତ୍‌ ମହାନ୍ତି, ଅନ୍‌କୋ-ୟୁରୋଲୋଜିଷ୍ଟ ଡାକ୍ତର ଜୀବନ ଜ୍ୟୋତି ମିଶ୍ର, ନେଫ୍ରେଲୋଜି ଡାକ୍ତର ଦେବାଶିଷ ମହାଲି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ତନ୍ମୟ ମହାନ୍ତି ଓ ରବି ଦାଶ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିଶିର ରଥ ଓ ଡାକ୍ତର ଶୁଭଙ୍କର, ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଦାଶ, ଭେଷଜ ବିଶେଷଜ୍ଞ ଡାକ୍ତର ବିର‌ଞ୍ଚି ମହାପାତ୍ର, ରାଜୀବ ନାୟକ ଓ ରାଜେଶ ସାହୁ ପ୍ରମୁଖ ରୋଗୀମାନଙ୍କର ଚିକିତ୍ସା କରିଥିଲେ।

ଏହି ଶିବିରରେ ପୁରୀ ସାଂସଦ ପିନାକୀ ମିଶ୍ର ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅମରେନ୍ଦ୍ର ମହାନ୍ତି ଉପସ୍ଥିତ ରହି ଟ୍ରଷ୍ଟର ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଟ୍ରଷ୍ଟର ସମ୍ପାଦକ ରାଜେଶ୍ବର ହୋତା ଓ କର୍ମକର୍ତ୍ତାଙ୍କ ସହଯୋଗରେ ଶିବିର ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର