ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରେ ମୋବାଇଲ୍‌ ଚାର୍ଜ କରୁଛନ୍ତି କଏଦୀ

କଟକ : ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରୁ ତାର କାଟି ମୋବାଇଲ୍‌ ଚାର୍ଜି˚ କରୁଛନ୍ତି କଏଦୀ। ଓ୍ୱାର୍ଡରେ ପ୍ଲଗ୍‌ର ବ୍ୟବସ୍ଥା ସୁରକ୍ଷା ଦୃଷ୍ଟିରୁ ନଥିବାରୁ ମୋବାଇଲ୍‌ ଫୋନ୍‌ ଏଭଳି ଢ˚ଗରେ ଅପରାଧୀମାନେ ଚାର୍ଜି˚ କରୁଥିବା ସମ୍ପର୍କିତ ଚାଞ୍ଚଲ୍ୟକର ତଥ୍ୟ ଏବେ ଜେଲ୍‌ ଭିତରୁ ହିଁ ହସ୍ତଗତ ହୋଇଛି। ଘଟଣା ସମ୍ପର୍କରେ ଜେଲ୍‌ କର୍ତ୍ତୃପକ୍ଷ ଅବଗତ ଥିବାବେଳେ ନିର୍ଦ୍ଦିଷ୍ଟ ଅଫିସରଙ୍କ ସହଯୋଗରେ ଏ ପ୍ରକାର କେଳେଙ୍କାରୀ ଚାଲୁଥିବା କୁହାଯାଉଛି। ଅନ୍ୟପଟେ ନିକଟରେ ଜେଲ୍‌ରୁ ଲଗାତର ଗ୍ୟାଙ୍ଗଷ୍ଟର‌୍‌ଙ୍କ ଭିଡିଓ କଲ୍‌ ଓ ସେଲ୍‌ଫି ଭାଇରାଲ୍‌ ମାମଲାରେ ବଦନାମ ହୋଇଥିବା ଚୌଦ୍ୱାର ଜେଲ୍‌ ଏବେ ଭାବମୂର୍ତ୍ତି ସଜାଡ଼ିବାକୁ ଉଦ୍ୟମ ଚଳାଇଛି। ଓ୍ୱାର୍ଡରେ ଅନ୍ୟ ଅପରାଧୀଙ୍କ ମେଳରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌ ଓ ହାପି ଓରଫ ବିଶ୍ବଜିତ ମହାନ୍ତିକୁ ଓ୍ୱାର୍ଡରୁ ସେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କୁ ସମ୍ପୂର୍ଣ୍ଣ ଅଲଗା ରଖା ଯାଇଥିବା ବେଳେ ଅନ୍ୟ କଏଦୀଙ୍କ ସହିତ ମିଶିବାକୁ ସୁଯୋଗ ଦିଆଯାଉ ନାହିଁ। ଏମିତିକି ପ୍ରତ୍ୟେକ ଦିନ ସେଲ୍‌ରେ ଜେଲ୍‌ ଅଧିକାରୀ ସେମାନଙ୍କୁ ଯାଞ୍ଚ କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚୌଦ୍ବାର ଜେଲ୍‌ରେ ଏବେ କଏଦୀଙ୍କ ସ˚ଖ୍ୟା ପାଖାପାଖି ୧୧୩୭। ଏଠି ଗ୍ୟାଙ୍ଗଷ୍ଟର, ମାଓନେତା ଏବ˚ ଚିଟ୍‌ ଫଣ୍ତ ଠକେରେ ସମ୍ପୃକ୍ତ ଅଭିଯୁକ୍ତ ସଜା କାଟୁଥିବା ବେଳେ ୪ ଜି ଜାମର‌୍‌ ବ୍ୟବସ୍ଥା ଏଯାଏ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଜେଲ୍‌ ପରିସରରେ ଲାଗିଥିବା ୩ଟି ୨ଜି ଜାମର‌୍‌ ୪ଜି ମୋବାଇଲ୍‌ ବ୍ୟବହାର କରୁଥିବା ଅପରାଧୀଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପକାଇ ପାରୁନାହିଁ। ରାଜ୍ୟରେ କୌଣସି ଜେଲ୍‌ରେ ୪ଜି ଜାମର‌୍‌ ବ୍ୟବସ୍ଥା ନଥିବାରୁ ୨୦୧୬-୧୭ ବର୍ଷରେ କାରାଗାର ବିଭାଗ ପକ୍ଷରୁ ସମସ୍ତ ଜେଲ୍‌ରେ ୪ଜି ଜାମର‌୍‌ ଲଗାଇବା ପାଇଁ ୨ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିଲା। ହାଇଦ୍ରାବାଦ୍‌ ସ୍ଥିତ ଭାରତ ସରକାରଙ୍କ ବିଇଏଲ୍‌(ଭାରତ ଇଲୋକ୍ଟ୍ରନିକ୍ସ ଲିମିଟେଡ୍‌) କମ୍ପାନିକୁ ଟେଣ୍ତର ମାଧ୍ୟମରେ ଯଦିଓ ଚୟନ କରାଯାଇଥିଲା ଟେକ୍‌ନିକାଲ୍‌ ସ୍ପେସିଫିକେସନ୍‌ ଚୂଡ଼ାନ୍ତ ହୋଇନଥିବାରୁ ଟେଣ୍ତର ବାତିଲ୍‌ ହୋଇଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଟେଣ୍ତର ବାତିଲ୍‌ ପରେ ପୁନଃ ଟେଣ୍ତର କରାନଯାଇ ୨ କୋଟି ଟଙ୍କା ସରକାରଙ୍କ ରାଜକୋଷକୁ ଫେରିଯାଇଥିଲା। ଏବେ ଅନ୍ୟ ଜେଲ୍‌ ପରି ଚୌଦ୍ବାର ଜେଲ୍‌ର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଚୌଦ୍ବାର‌୍‌ ଜେଲ୍‌ରେ ଅପରାଧୀମାନେ ବୁଟ୍‌ର ସୋଲ୍‌ କାଟି ଭିତରେ କୌଶଳକ୍ରମେ ମୋବାଇଲ୍‌ ଭର୍ତ୍ତି କରି ଜେଲ୍‌ ଭିତରକୁ ନେଉଛନ୍ତି। ଆଉ କେହି କେହି ଜେଲ୍‌ ପାଚେରି ବାହାରୁ ପଟିରେ ପ୍ୟାକି˚ କରି ଜେଲ୍‌ ଭିତରକୁ ବି ଫିଙ୍ଗୁଥିବା ଖବର ମିଳିଛି।

ଜେଲ୍‌ ଭିତରୁ ମୋବାଇଲ୍‌ରେ ବଟି ମାଗିବା ଏବ˚ ସେଲ୍‌ଫି ଉଠାଇବା ଘଟଣାର ତାଲିକା ଲମ୍ବି ଚାଲିଛି। ୨୦୧୮ରେ ଦୁର୍ଦ୍ଦାନ୍ତ ରାଜା ଓ ହାଡ଼ିଆ ନିଜ ସେଲଫି ଉଠାଇ ଭାଇରାଲ୍‌ କରିଥିଲେ। ଗ୍ୟାଙ୍ଗଷ୍ଟର‌୍‌ ଧଳସାମନ୍ତ ଭାଇଙ୍କ ସହଯୋଗୀ ଦେବାଶିଷ ସାହୁ ଓରଫ ଗୁଡ଼ୁ, ଦେବବ୍ରତ ଦାସ ଓରଫ ଲିପୁ ଏବ˚ ଭାରତ ବେହେରା ଓରଫ ଲିଟୁ ୨୦୧୮ ଡିସେମ୍ବର ୨ ତାରିଖରେ ସେଲଫି ଭାଇରାଲ୍‌ କରିଥିଲେ। ଯୋବ୍ରା ନଦୀକୂଳ ସାହିର ପେସାଦାର ଅପରାଧୀ ହାପି ଏବ˚ ଅନ୍ୟ ୪ ସହଯୋଗୀଙ୍କ ଭିଡ଼ିଓ ଗଲା ୧୨ ତାରିଖରେ ଚୌଦ୍ବାର ସର୍କଲ ଜେଲ୍‌ରୁ ଭାଇରାଲ୍‌ ହୋଇଥିଲା। ଗଲା ୧୨ ଓ ୧୪ ତାରିଖରେ ଆହୁରି ଚାଞ୍ଚଲ୍ୟକର ଘଟଣା ଘଟିଥିଲା ଚୌଦ୍ବାର ଜେଲ୍‌ରେ। ସକିଲ ଜେଲ୍‌ ଭିତରେ ଥାଇ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍‌ର ମାଲିକଙ୍କୁ ହ୍ବାଟସ୍‌ଆପ୍‌ରେ ଭିଡିଓ କଲ୍‌ କରି ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା। ଏ ସମ୍ପର୍କରେ ଚୌଦ୍ବାର ସର୍କଲ ଜେଲ୍‌ ଅଧୀକ୍ଷକ ରାଜ କିଶୋର ସାହୁ କହିଛନ୍ତି ଯେ ଜେଲ୍‌ ଭିତରେ କଏଦୀଙ୍କୁ ନିୟମିତ ଯାଞ୍ଚ କରାଯାଉଛି। ଏବେ ଜେଲ୍‌ରୁ ଅପରାଧୀ ମୋବାଇଲ୍‌ ବ୍ୟବହାର କରୁଥିବା ଯେଉଁ ଅଭିଯୋଗ ଆସୁଛି, ସେଥିରେ ସତ୍ୟତା ନାହିଁ। ଜେଲ୍‌ରେ ୨ ଜି ଜାମର ୭/୮ ବର୍ଷ ତଳେ ଲାଗିଥିଲା। ସେଇଟା ବି କାମ କରୁନି। ଜାମର‌୍‌ ଲାଗିଗଲେ କଏଦୀମାନେ ମୋବାଇଲ୍‌ ବ୍ୟବହାର କରିବାର ସୁଯୋଗ ପାଇବେ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର