କଟକ: ରାଜ୍ୟର ସବୁଠାରୁ ବଡ଼ ଜେଲ ଭାବେ ପରିଚିତ ଚୌଦ୍ୱାର ଜେଲକୁ କରୋନା ବ୍ୟାପିଯାଇଛି | ଜେଲରେ ୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୬ ଜଣ କଏଦୀ ଓ ୨ ଜଣ ଜେଲ କର୍ମଚାରୀ ରହିଛନ୍ତି ବୋଲି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । କିଛି ଦିନ ପୂର୍ବରୁ ଏକାଧିକ ନମୁନା ଟେଷ୍ଟ ପାଇଁ ଯାଇଥିଲା ।
ଏଠାରେ ସୂଚନା ଥାଉ କି କଟକ ଜିଲ୍ଲାରୁ ଗୁରୁବାର ଅପରାହ୍ନରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୧୧ ଜଣ କଟକ ମହାନଗର ନିଗମ ଅଞ୍ଚଳର ହୋଇଥିବାବେଳେ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪ଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୩ଟି ସ୍ଥାନୀୟ ମାମଲା ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକ ମହାନଗର ନିଗମ ଅଞ୍ଚଳରୁ ଏଯାବତ ୨୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି କଟକ ସହରରେ ୧୭୯ଟି କରୋନା ସକ୍ରିୟ ମାମଲା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/choudwar-jail.jpg)