ଘୋଷଣା ହେଲା କେରଳ ଲଟେରୀ ପ୍ରତିଯୋଗିତାର ଫଳାଫଳ : ପ୍ରଥମ ବିଜେତାଙ୍କୁ ମିଳିବ ୬ କୋଟି

ଦ୍ୱିତୀୟ ଏବଂ ତୃତୀୟ ସ୍ଥାନର ଥିବା ବିଜେତାଙ୍କୁ ଦିଆଯିବ ଯଥାକ୍ରମେ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର

କେରଳ : କେରଳ ସରକାରଙ୍କ ପକ୍ଷରୁ କ୍ରିସମାସ-ନୂଆବର୍ଷର ବମ୍ପର ଲଟେରୀ ୨୦୧୮-୧୯ର ଫଳାଫଳ ଜାରି କରିଛନ୍ତି। କେରଳ ସରକାରଙ୍କ ଲଟେରୀ ବିଭାଗ ଫଳାଫଳ ଘୋଷଣା କରିବା ସହ ପ୍ରଥମ ପୁରସ୍କାର ବାବଦକୁ ୬ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଥିବା ୧୬ ଜଣ ପ୍ରତିଯୋଗୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ସରକାର ।

ପ୍ରଥମ ପୁରସ୍କାର ଜିତିଥିବା ଲଟେରୀ ନମ୍ବର କେରଳ ସରକାର ଜାରି କରିଥିବା ବେଳେ ଏକ ଲକ୍ଷ ଟଙ୍କାର ସାନ୍ତ୍ୱନାମୂଳକ ପୁରସ୍କାର ଜିତିଥିବା ଲଟେରୀ ଟିକଟର ନମ୍ବର ମଧ୍ୟ ଜାରି କରାଯାଇଛି । ସେହିଭଳି ତୃତୀୟ ସ୍ଥାନର ଥିବା ୧୬ ଜଣ ବିଜେତାଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ । ଏହାଛଡା କିଛି ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ଲେଖାଏଁ ମଧ୍ୟ ପୁରସ୍କାର ବାବଦକୁ ଦିଆଯିବ । କ୍ରିସମାସ ଓ ନୂଆବର୍ଷ ପୂର୍ବରୁ କେରଳ ସରକାରଙ୍କ ପକ୍ଷରୁ ଲଟେରୀ ଟିକେଟ ବିକ୍ରି କରାଯାଇଥିଲା । ସେତେବେଳେ କେରଳର ଅଧିକାଂଶ ଲୋକ ୨୦୦ ଟଙ୍କା ଲେଖାଏଁ ଦେଇ ଏହି ଲଟେରୀ ଟିକେଟ କିଣିଥିଲେ ।

keralalotteries.com ୱେବସାଇଟରେ ପ୍ରତିଯୋଗୀ ମାନେ ନିଜ ଲଟେରୀ ନମ୍ବର ଦେଖି ଜାଣିପାରିବେ ସେମାନେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି କି ନାହିଁ । ୩୦ ଦିନ ମଧ୍ୟରେ ଲଟେରୀ ଟିକେଟ ଜମା କରି ପ୍ରତିଯୋଗୀ ପୁରସ୍କାର ପାଇପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଓନମ, ବିଶୁ, କ୍ରିସମାସ ଓ ଦଶହରା ସମୟରେ ଏହି ଲଟେରୀ ପ୍ରତିଯୋଗିତା ହୋଇଥାଏ । ଏହାଛଡା ମୌସୁମୀ ଓ ଗ୍ରୀଷ୍ମ ଆରମ୍ଭରେ ମଧ୍ୟ ଦୁଇଟି ଜାକପଟ ଲଟେରୀ ପ୍ରତିଯୋଗିତା ରାଜ୍ୟ ସରକାର କରିଥାନ୍ତି ।

ସମ୍ବନ୍ଧିତ ଖବର