ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ସଞ୍ଚାଳିତ +୨ ବାର୍ଷିକ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରି ୮ରେ ଶେଷ ହେବ। ଏ ନେଇ ସିଏଚ୍ଏସ୍ଇ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଜାନୁଆରୀ ୨୫ ଧାର୍ଯ୍ୟ ହୋଇଥିଲା। ଏହି ପରୀକ୍ଷା ଫେବ୍ରୁଆରି ୫ରେ ଶେଷ ହେବାର ଥିଲା।
ସୂଚନାଯୋଗ୍ୟ ଯୁକ୍ତ ଆଗାମୀ ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଥିବା ୨ ବାର୍ଷିକ ଥିଓରି ପରୀକ୍ଷା ୨୦୧୮ରେ ସମୁଦାୟ ୩ଲକ୍ଷ ୬୫ ହଜାର ଛାତ୍ରଛାତ୍ରୀ ସାମିଲ ହେବେ। ଏଥିରୁ ୨ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/plus.jpg)