ମାର୍ଚ୍ଚ ୭ରୁ ଯୁକ୍ତ ୨ କଳା-ବାଣିଜ୍ୟ-ବିଜ୍ଞାନ ପରୀକ୍ଷା, ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ + ୨ ବାଣିଜ୍ୟ ଏବଂ ବିଜ୍ଞାନ ଥିଓରୀ ପରୀକ୍ଷା ୨୦୧୯ ମାର୍ଚ୍ଚ ୭ରୁ ଆରମ୍ଭ ହେବ। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଏହି ବାର୍ଷିକ ପରୀକ୍ଷା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ। ଏ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟସୂଚୀ ଅନୁସାରେ ବାଣିଜ୍ୟ ଓ ବିଜ୍ଞାନ ପାଇଁ ମାର୍ଚ୍ଚ ୭ ପୂର୍ବାହ୍ନ ୭ଟାରେ ମାତୃଭାଷା (ଓଡ଼ିଆ) ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ଏହି ଦିନ ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତୀ ପରୀକ୍ଷା ଦେବେ। ମାର୍ଚ୍ଚ ୮ରେ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ଥିଓରୀ ପୂର୍ବରୁ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପରୀକ୍ଷା ହେବ ବୋଲି ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ୨୦୧୯ ଜାନୁଆରି ୨୮ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପରୀକ୍ଷା କରାଯିବ।

ମାର୍ଚ୍ଚ ୯: ଇଂରାଜୀ (ବିଜ୍ଞାନ, ବାଣିଜ୍ୟ)
ମାର୍ଚ୍ଚ ୧୧: ଇଂରାଜୀ (କଳା)
ମାର୍ଚ୍ଚ ୧୨: ପଦାର୍ଥ ବିଜ୍ଞାନ (ବିଜ୍ଞାନ) ଓ ଆକାଉଣ୍ଟେନ୍ସି (ବାଣିଜ୍ୟ)
ମାର୍ଚ୍ଚ ୧୩: ରାଜନୀତି ବିଜ୍ଞାନ (କଳା)
ମାର୍ଚ୍ଚ ୧୪: ଆଇଟି (ବିଜ୍ଞାନ ଓ କଳା)
ମାର୍ଚ୍ଚ ୧୫: ଇଣ୍ଟିଗ୍ରେଟେଡ ଭୋକେସନାଲ ବିଷୟ- ବିଜ୍ଞାନ, କଳା ଓ ବାଣିଜ୍ୟ (ସମୟ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨)
ମାର୍ଚ୍ଚ ୧୮: ଇଚ୍ଛାଧୀନ ବିଷୟ (ଓଡ଼ିଆ, ଇଂରାଜୀ, ହିନ୍ଦୀ, ବେଙ୍ଗଲୀ, ଉର୍ଦ୍ଦୁ ଓ ତେଲୁଗୁ)
ମାର୍ଚ୍ଚ ୧୯: ରସାୟନ ବିଜ୍ଞାନ
ମାର୍ଚ୍ଚ ୨୦: ଶିକ୍ଷା, ଇଣ୍ଡିଆନ ମ୍ୟୁଜିକ, ମନୋବିଜ୍ଞାନ (କଳା), ଜିଓଲୋଜୀ (ବିଜ୍ଞାନ)
ମାର୍ଚ୍ଚ ୨୩: ଗଣିତ (କଳା ଓ ବିଜ୍ଞାନ), ହୋମ ସାଇନ୍ସ (କଳା) ଓ ବିଜନେସ ଷ୍ଟଡିଜ (ବାଣିଜ୍ୟ)
ମାର୍ଚ୍ଚ ୨୫: ଭୂଗୋଳ (କଳା ଓ ବିଜ୍ଞାନ), ତର୍କଶାସ୍ତ୍ର (କଳା)
ମାର୍ଚ୍ଚ ୨୬: ବାଓଲୋଜୀ-୧ (ବିଜ୍ଞାନ)
ମାର୍ଚ୍ଚ ୨୭: ଅର୍ଥନୀତି (କଳା ଓ ବାଣିଜ୍ୟ) ଓ ଆଇଆରପିଏମ (କଳା ଓ ବାଣିଜ୍ୟ)
ମାର୍ଚ୍ଚ ୨୮: ବାଓଲୋଜୀ: ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନ
ମାର୍ଚ୍ଚ ୨୯: ଷ୍ଟାଟିଷ୍ଟିକ୍‌ (କଳା ଓ ବିଜ୍ଞାନ), ଆନ୍ଥ୍ରୋପଲୋଜୀ, ସମାଜଶାସ୍ତ୍ର
ମାର୍ଚ୍ଚ ୩୦: ଇଚ୍ଛାଧୀନ ମାତୃଭାଷା (ଓଡ଼ିଆ, ଇଂରାଜୀ, ହିନ୍ଦୀ, ବେଙ୍ଗଲୀ, ଉର୍ଦ୍ଦୁ ଓ ତେଲୁଗୁ)

ସମ୍ବନ୍ଧିତ ଖବର