ଚ୍ୟାଉପଟ୍ଟନାୟକଙ୍କ ରାଜ୍ୟସଭା ଆଶା ମଉଳିଲା

‘ଛାମୁ ଯାହା ଦେଲେ...’

ବ୍ରହ୍ମପୁର : ଲଗାତାର ପାଞ୍ଚଥର ବ୍ରହ୍ମପୁରରୁ ବିଧାୟକ ରହିଥିବା ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ରାଜ୍ୟସଭା ଯିବା ଆଶା ପୁଣି ମଉଳି ଯାଇଛି। ଆଜି ବିଜେଡି ପକ୍ଷରୁ ଚାରି ରାଜ୍ୟସଭା ଆସନ ଲାଗି ନାମ ଘୋଷଣା ହେଲା, ଏହି ତାଲିକାରେ ତାଙ୍କ ନାଁ ନାହିଁ। ଏହାପରେ ଦଳୀୟ ଶିବିର ସମେତ ଚ୍ୟାଉବାବୁଙ୍କ ସମର୍ଥକ ମହଲରେ ନୈରାଶ୍ୟ ଖେଳିଯାଇଛି। ତେବେ ଶ୍ରୀ ଚ୍ୟାଉପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ‘ଛାମୁ ଯାହା ଦେଲେ…, ମୁଖ୍ୟମନ୍ତ୍ରୀ ଦଳର ସର୍ବେସର୍ବା, ଯାହା ଦାୟିତ୍ବ ଦେଲେ କରିବି। ତଥାପି ଆଶା ରଖିଛି।’

ଅନ୍ୟପକ୍ଷରେ, ରାଜ୍ୟସଭା ପାଇଁ ବହୁ ଆଶା ବାନ୍ଧିଥିବା ଶ୍ରୀ ଚ୍ୟାଉପଟ୍ଟନାୟକଙ୍କୁ କିନ୍ତୁ ମୁଖ୍ୟମନ୍ତ୍ରୀ ପୂରା ନିରାଶ କରିନାହାନ୍ତି। କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ବ ନ୍ୟସ୍ତ କରିଥିଲେ। ଏବେ ତାଙ୍କୁ ଓଡ଼ିଶା ନିର୍ମାଣ ଓ କୋଠାବାଡ଼ି ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧୢକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ ସମ୍ପର୍କରେ ନିଜର ପ୍ରତିକ୍ରିୟାରେ ଶ୍ରୀ ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ, ‘ପୂର୍ବରୁ ଗ˚ଜାମ ଜିଲ୍ଲାବାସୀଙ୍କ ସେବା କରୁଥିଲି, ରାଜ୍ୟବାସୀଙ୍କୁ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ସହିତ ଶ୍ରମିକମାନଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେବି।’‘ ଏବେ ନହେଲା ନାହିଁ, କେବେ ତ ମୁଖ୍ୟମନ୍ତ୍ରୀ ମୋ ପ୍ରତି ସଦୟ ହେବେ, ରାଜ୍ୟସଭା ପଠାଇବେ, ଏ ବିଶ୍ବାସ ମୋର ରହିଛି,’ ବୋଲି ଡା.ଚ୍ୟାଉ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର