ଅଗଷ୍ଟ ପାଇଁ କରୋନା ଗାଇଡଲାଇନ : ଖୋଲିବ ସିନେମା ହଲ, ସପିଂ ମଲ ; ପ୍ରବେଶ ପାଇଁ ଟିକା ପ୍ରମାଣପତ୍ର ଜରୁରୀ

ଭୁବନେଶ୍ବର : ରାଜ୍ୟରେ କରୋନା କଟକଣାକୁ ଆଉ କିଛି କୋହଳ କରିଛନ୍ତି ରାଜ୍ୟ ସରକାର ।  ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ ।  ତେବେ ସପିଂ ମଲ, ସିନେମା ହଲ, ପାର୍କ ଆଦି ଖୋଲିବାକୁ ଅନୁମତି ମିଳିଛି ।

ଆଜି ଏ ସମ୍ପର୍କରେ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ସିନେମା ହଲ, ସପିଂ ମଲ ଓ ପାର୍କ ଆଦିକୁ ଖୋଲିବାକୁ ଅନୁମତି ଦିଆଯିବ । ତେବେ ସଂପୂର୍ଣ୍ଣ କୋଭିଡ କଟକଣା ଓ ସତର୍କତା ସହ ଏସବୁ ଖୋଲିବାକୁ ଅନୁମତି ଦିଆଯାଇଛି । ସିନେମା ହଲ ଗୁଡ଼ିକୁ ସିଟ କ୍ଷମତାର ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ । ସେହିପରି ସପିଂ ମଲଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ପ୍ରାପ୍ତବୟସ୍କମାନେ ଦୁଇଟି କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ସିନେମା ହଲ ଓ ସପିଂ ମଲରେ ପ୍ରବେଶ କରିପାରିବେ ।

ଅନ୍ୟପକ୍ଷରେ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କରେ ଶ୍ରୀ ଜେନା କହିଛନ୍ତି ଯେ ଏ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

ସମ୍ବନ୍ଧିତ ଖବର