ଭୁବନେଶ୍ବର : ସିଆଇଏସ୍ସିଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ(ଆଇସିଏସ୍ଇ) ଓ ଦ୍ବାଦଶ(ଆଇଏସ୍ସି) ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି। ଜୁନ୍ ପ୍ରଥମ ସପ୍ତାହରେ ସ୍ଥିତି ଅନୁଧ୍ୟାନ କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଆହୁରି କୁହାଯାଇଛି ଯେ ଆଇଏସ୍ସି ପରୀକ୍ଷା ଗତ ୮ ତାରିଖରୁ ଆରମ୍ଭ ହୋଇଥିଲା। ବାକି ଥିବା ବିଷୟଗୁଡ଼ିକର ପରୀକ୍ଷା ସ୍ଥଗିତ ରଖାଗଲା। ପରବର୍ତୀ ସମୟରେ ଅନୁଷ୍ଠିତ ହେବ। ମେ’ ୪ରୁ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦୁଇଟି ବିକଳ୍ପ ଦିଆଯିବ। ସେମାନେ ଚାହିଁଲେ ଦ୍ବାଦଶ ଶ୍ରେଣୀ ପିଲାଙ୍କ ସହ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ। ନ ହେଲେ ସିଆଇଏସ୍ସିଇ ଦ୍ବାରା ପ୍ରସ୍ତୁତ ଏକ ବିକଳ୍ପ ବ୍ୟବସ୍ଥା ଦ୍ବାରା ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଛାତ୍ରଛାତ୍ରୀ ଦୁଇଟିରୁ ଯେକୌଣସି ଗୋଟିଏ ପ୍ରସ୍ତାବକୁ ଗ୍ରହଣ କରିପାରିବେ।
ସିଆଇଏସ୍ସିଇ ବୋର୍ଡ ପରୀକ୍ଷା ସ୍ଥଗିତ
/sambad/media/post_attachments/wp-content/uploads/2021/04/cbse-exam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)