ଭୁବନେଶ୍ବର: କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ (ଆଇସିଏସ୍‌ଇ)ର ଦଶମ ଏବଂ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ (ଆଇଏସ୍‌ସି)ର ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶାର ଆଇସିଏସ୍‌ଇ ପାଠ୍ୟକ୍ରମ ଥିବା ୯୨ଟି ବିଦ୍ୟାଳୟର ୮,୯୬୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮,୭୭୧ ଜଣ ଅର୍ଥାତ୍‌ ୯୭.୮୦% ପାସ୍‌ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଦେଇଥିବା ୪,୬୫୩ ଜଣ ଛାତ୍ରଙ୍କ ମଧ୍ୟରୁ ୪,୫୩୩ ଅର୍ଥାତ୍‌ ୯୭.୪୨% ଏବଂ ୪,୩୧୫ଜଣ ଛାତ୍ରୀଙ୍କ ମଧ୍ୟରୁ ୪,୨୩୮ଜଣ ଅର୍ଥାତ୍‌ ୯୮.୨୨% ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ଏସ୍‌ସି ବର୍ଗର ୬୨୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୫.୫୪%, ଏସ୍‌ଟି ବର୍ଗର ୧୧୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୨.୩୨%, ଓବିସି ବର୍ଗର ୧୬୪୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୮.୬୬% କୃତକାର୍ଯ୍ୟ ହୋଇଛନ୍ତି। ଦେଶର ୨୮୦୩ ବିଦ୍ୟାଳୟର ୨ ଲକ୍ଷ ୫୨ ହଜାର ୫୫୭ ଜଣ ପରୀକ୍ଷା ଦେଇଥିବା ବେଳେ ୯୯.୦୯% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୮.୮୪% ଓ ଛାତ୍ରୀଙ୍କ ପାସ୍‌ହାର ୯୯.୩୭% ରହିଛି।

Advertisment

ସେହିପରି ଆଇଏସ୍‌ଇ ପାଠ୍ୟକ୍ରମ ଥିବା ୩୫ଟି ବିଦ୍ୟାଳୟର ୧,୬୨୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୬୧୦ ଜଣ ଅର୍ଥାତ୍‌ ୯୮.୮୯% ପାସ୍‌ କରିଛନ୍ତି। ଏଥିରେ ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଦେଇଥିବା ୮୫୩ ଜଣ ଛାତ୍ରଙ୍କ ମଧ୍ୟରୁ ୮୪୨ ଅର୍ଥାତ୍‌ ୯୮.୭୧% ଏବଂ ୭୭୫ଜଣ ଛାତ୍ରୀଙ୍କ ମଧ୍ୟରୁ ୭୬୮ଜଣ ଅର୍ଥାତ୍‌ ୯୯.୧୦% ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ଏସ୍‌ସି ବର୍ଗର ୯୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୮.୯୬%, ଏସ୍‌ଟି ବର୍ଗର ୨୪୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୮.୩୬%, ଓବିସି ବର୍ଗର ୧୭୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୮.୩୧% ପାସ୍‌ କରିଛନ୍ତି। ଦେଶର ୧୪୬୦ ବିଦ୍ୟାଳୟର ୯୯ ହଜାର ୫୫୧ ଜଣ ପରୀକ୍ଷା ଦେଇଥିବା ବେଳେ ୯୯.୦୨% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୮.୬୪% ଓ ଛାତ୍ରୀଙ୍କ ପାସ୍‌ହାର ୯୯.୪୫% ହୋଇଛି। ପରୀକ୍ଷାର୍ଥୀମାନେ ଡିଜି ଲକର୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ରେଜଲ୍ଟ ଜାଣିପାରୁଛନ୍ତି। cisce.org ଓ results cisce.orgରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହୋଇଛି।