ରାଉରକେଲା:ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ବରେ ଥିବା ଚାରି ଜଣ ସିଆଇଏସ୍ଏଫ୍ ଯବାନଙ୍କୁ ଦାୟିତ୍ବରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଅଭିଯୋଗ ହୋଇଛି ଯେ ଯବାନମାନେ ବିନା ଏଣ୍ଟ୍ରି ପାସ୍ରେ ଦୁଇଟି ଟ୍ରେଲର୍କୁ କାରଖାନା ଭିତରକୁ ପ୍ରବେଶ କରାଇ ଦେଇଥିଲେ। କାରଖାନା ପରିସରର ପ୍ଲେଟ୍ ମିଲ୍ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ଟିମ୍ ଗତକାଲି ଦୁଇ ଟ୍ରେଲରକୁ ଜବତ କରିବା ପରେ ଘଟଣା ସାମ୍ନାକୁ ଆସିଛି।
ତେବେ, ଏହି ଦୁଇ ଟ୍ରେଲର୍ ଚୋରି ଉଦ୍ଦେଶ୍ୟରେ କାରଖାନା ଭିତରକୁ ପ୍ରବେଶ କରାଯାଇଥିଲା ବୋଲି ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରେଲର୍ ଚାଳକ କେଉଁଆଡ଼େ ଫେରାର୍ ହୋଇ ଯାଇଥିବା ସୂଚନା ରହିଛି।