ଏସ୍‌ମା ଆଇନ ସଂଶୋଧନକୁ ସିଆଇଟିୟୁର ବିରୋଧ

ଭୁବନେଶ୍ବର : ୧୯୮୮ ଅତ୍ୟାବଶ୍ୟକ ସେବା ଆଇନ୍(ଏସ୍‌ମା) ସଂଶୋଧନକୁ ସିଆଇଟିୟୁ ରାଜ୍ୟକମିଟି ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ପ୍ରତିବାଦ କରାଯାଇଛି। ରାଜ୍ୟରେ ବିଜେଡି ସରକାର ଏହି ଆଇନକୁ ସଂଶୋଧନ କରି ଶ୍ରମିକମାନେ ଧର୍ମଘଟ କଲେ ବର୍ଷେ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା ଦେବା ପାଇଁ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହା ସହିତ ସଂଶୋଧିତ ଆଇନରେ ଚାକିରିରୁ ବରଖାସ୍ତ କରାଯିବା ଭଳି ବ୍ୟବସ୍ଥା ମଧ୍ୟ ରହିଛି। ତେବେ ରାଜ୍ୟ ସରକାର ୨୦୨୦ ଏସ୍‌ମା ବିଲ୍ ବିଧାନସଭାରେ ଆଗତ କରି ପାରିତ କରିଛନ୍ତି। ପାଣି, ବିଦ୍ୟୁତ୍, ଖାଦ୍ୟ ସାମଗ୍ରୀ ବଣ୍ଟନ, ସର୍ବସାଧାରଣ ନିରାପତ୍ତା, ସୁରକ୍ଷା ଓ ବେସରକାରୀ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ବରେ ନିଯୁକ୍ତି ଥିବା କର୍ମଚାରୀମାନେ ଧର୍ମଘଟ କଲେ ଜେଲ୍ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବାକୁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ଅଗଣତାନ୍ତ୍ରିକ କଳା ଆଇନ୍ ସଂଶୋଧନ ବିରୋଧରେ ଆନ୍ଦୋଳନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, କୋଷାଧ୍ୟକ୍ଷ ଦୁଷ୍ମନ୍ତ ଦାସଙ୍କ ସମେତ ସିଆଇଟିୟୁର ବିଭିନ୍ନ ନେତୃବୃନ୍ଦ ସାମିଲ ହୋଇଥିଲେ। ଶ୍ରମିକ ବିରୋଧୀ ଆଇନ୍‌କୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଏହି ଆନ୍ଦୋଳନରେ ସମସ୍ତଙ୍କୁ ସାମିଲ୍ ହେବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର