ଭୁବନେଶ୍ବର : ପେଟ୍ରୋଲ, ଡିଜେଲ, ଗ୍ୟାସ ସମେତ ଅତ୍ୟାବଶକ ସାମଗ୍ରୀ ଦରବୃଦ୍ଧି ବିରୋଧରେ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ୪ ବାମପନ୍ଥୀ ଦଳ। ଏହି ଦିନ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଯାନବାହାନ, କାର୍ଯ୍ୟାଳୟ, ଦୋକାନ, ବଜାର, ବନ୍ଦର ଆହ୍ବାନ ଦିଆଯାଇଛି। ଏହାକୁ ସମର୍ଥନ କରିଛି ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର (ସିଟୁ)। ଆଜି ଏ ସଂକ୍ରାନ୍ତରେ ଦଳ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ତୈଳ ଦରବୃଦ୍ଧି ଯୋଗୁଁ ଅଟୋ, ଟାକ୍ସି, ବସ୍ ଭଡ଼ା ବୃଦ୍ଧି ପାଇ ଚାଲିଛି। ଏହାକୁ ରୋକିବା ପରିବର୍ତ୍ତେ ସରକାରୀ ସ୍ତରରେ ବଢାଇବା ଉଦ୍ୟମ ହେଉଛି।ଏଥିଯୋଗୁଁ ବଡ଼ କମ୍ପାନିଙ୍କ ମୁନାଫା ବଢୁଛି।
ଜୁଲାଇ ୧୫ର ‘ଓଡ଼ିଶା ବନ୍ଦ’କୁ ସିଟୁର ସମର୍ଥନ
/sambad/media/post_attachments/wp-content/uploads/2019/12/citu.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)