ସୁନ୍ଦରଗଡ଼ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ଵିଚାରପତି

ସୁନ୍ଦରଗଡ଼: ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ଵିଚାରପତି ଜଷ୍ଟିସ ଡ. ଏସ. ମୁରଲୀଧର ସୁନ୍ଦରଗଡ଼ ଗସ୍ତରେ ଆସି ଜିଲ୍ଲା କୋର୍ଟରେ ଜିଲ୍ଲା ଜଜ୍ ଓ ଅନ୍ୟ ବିଚାରପତିମାନଙ୍କ ସହ ଵିଭିନ୍ନ ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ମାମଲାଗୁଡିକର ଶୁଣାଣି ପ୍ରକ୍ରିୟା ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ଏହାପରେ ଜିଲ୍ଲା ଓକିଲ ସଂଘର ଅନୁରୋଧକ୍ରମେ ଜଷ୍ଟିସ ଡ. ମୁରଲୀଧର କୋର୍ଟ ପରିସରରେ ଥିବା ସଂଘ କାର୍ଯ୍ୟାନୟକୁ ଯାଇ ଓକିଲମାନଙ୍କ ସହ ଭାବ ବିନିମୟ କରିଥିଲେ। ବିଚାରପତି ଓ ଓକିଲମାନଙ୍କ ସମ୍ପର୍କ କିପରି ରହିବା ଉଚିତ, ବିଚାର ପ୍ରକ୍ରିୟାରେ ଓକିଲମାନଙ୍କ ବଳିଷ୍ଠ ଭୂମିକା ଓ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଉପରେ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ସମୟରେରେ ଓକିଲ ସଂଘ ସଭାପତି ସୁକାନ୍ତ ମହାପାତ୍ର, ସମ୍ପାଦକ ଅଶୋକ ସ୍ବାଇଁ, ଉପସଭାପତି ନରେଶ ନାଏକ, ଯୁଗ୍ମ ସମ୍ପାଦକ ପ୍ରଣଵ କୁମାର ହାତୀ, ବରିଷ୍ଠ ଆଇନଜୀଵୀ ନିମାଇଁ ଚରଣ ନାଏକ, ଅଶୋକ ଦାଶ ଏବଂ କିଶୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର