ଆଦିବାସୀଙ୍କ ଉପରେ ଅତ୍ୟାଚାର ବିରୋଧରେ ଦାବିପତ୍ର

ଭବାନୀପାଟଣା : କଳାହାଣ୍ଡି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ୨୪ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ୭୪ ବର୍ଷ ପରେ ମଧ୍ୟ ଆଦିବାସୀ ଅଞ୍ଚଳରେ ବିଦ୍ୟୁତ୍‌, ଜଳ, ସଡ଼କ, ପରିବହନ, ଟେଲି ଯୋଗାଯୋଗ ବିଛିନ୍ନ ହୋଇରହିଛି। ବିକାଶ ନାମରେ ଆଦିବାସୀଙ୍କୁ ଜଳ, ଜଙ୍ଗଲ ଓ ଜମିରୁ ବିତାଡ଼ିତ କରିବା ନେଇ ଉଦବେଗ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାରେ ୩୨ଟି ଆଦିବାସୀ ପରିବାରଙ୍କୁ ଘରୁ ତଡ଼ି ଦେବା ନେଇ ପ୍ରତିବାଦ କରାଯାଇଛି।

ବିଭିନ୍ନ ଦାବିପତ୍ର ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ କଳାହାଣ୍ଡି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜକିଶୋର ଦଳପତି ଓ ରୁକଧର ମାଝୀଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ସମର୍ଥନ କରି ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ରିଷିସୂଦନ ଛତ୍ରପାଳ, ଯୁବରାଜ ଛତ୍ରିୟା, କମଳାକାନ୍ତ ଖରସେଲ, ଅହୀଧ୍ୱଜ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କେସିଙ୍ଗା ତହସିଲରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଜିଲ୍ଲା ସଭାପତି ସନ୍ତୋଷ ନାଏକ, ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ସଂଜୟ ଶବର, ଯାଦବ ଶବର, ଦୁଃଖୀ କୁମାର, ଲବ କରୁଆଁ, ମୋହନ ଯାନୀ, ବିକ୍ରମ ମାଝୀ, ଝସକେତନ ଶବର, ବୁଲୁ ନାଗ, ଜୁନାଗଡ ତହସିଲରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁଶ ଶବର, ନୀଳକଣ୍ଠ ଧଙ୍ଗଡ଼ାମାଝୀ, କଳ୍ପେଶ୍ୱର ନାଏକ, ଭୋଖେଶ୍ୱର ଶବର, ସୂର୍ଯ୍ୟକେତୁ ଶବର, ଡମ୍ବରୁଧର ଶବର, ଦାମ ସିଂ, ପର୍ଶୁରାମ ଶବର, କଲମପୁର ତହସିଲରେ କାର୍ତିକ ମାଝୀ, କଲମପୁର ବ୍ଲକ ସଂଯୋଜକ ପ୍ରଫୁଲ୍ଲ କର ସମେତ ୫୦ ଜଣରୁ ଅଧିକ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ। ଜୁଲାଇ ୨୯ରେ ଦେଶବ୍ୟାପୀ ଜିଲ୍ଲାସ୍ତରରେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର