ନିର୍ବାଚନ କମିସନ୍‌ଙ୍କୁ ଦାବିପତ୍ର: କେନ୍ଦ୍ର ସରକାରଙ୍କ ହୋର୍ଡିଂ ହଟାଇବାକୁ ବିଜେଡିର ଦାବି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ଓ ଯୋଜନା ସମ୍ପର୍କିତ ହୋର୍ଡିଂଗୁଡ଼ିକ ହଟାଇବା ପାଇଁ ଦାବି କରିଛି ବିଜେଡି। ଆଜି ଦଳର ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିସନର୍‌ଙ୍କୁ ଭେଟି ଏ ସଂକ୍ରାନ୍ତରେ ଦାବି ପତ୍ର ପ୍ରଦାନ କରିଛନ୍ତି। ବିଜେଡି ଅଭିଯୋଗ କରିଛି ଯେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା, ଯୋଜନା ଓ ପ୍ରକଳ୍ପ ସଂକ୍ରାନ୍ତୀୟ ହୋର୍ଡିଂଗୁଡ଼ିକ ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ, ରେଳ ଷ୍ଟେସନ୍‌, ବିମାନବନ୍ଦର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିକଟରେ ଲଗାଯାଇଛି। ଏହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ତେଣୁ ଏଗୁଡ଼ିକୁ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ଦେବାକୁ ଦଳ ଦାବି କରିଛି।

ସମ୍ବନ୍ଧିତ ଖବର