ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ଦାବିରେ ଯନ୍ତରମନ୍ତରରେ ଧାରଣା

ଚମକପୁର: ଆଦିବାସୀ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ଉଦ୍ଦେଶ୍ୟରେ ଏକ ତିନି ଦିନିଆ ଧାରଣା ଦିଆ ଯାଇଥିଲା। ସୂଚନା ମୁତାବକ, ଦିଲ୍ଲୀସ୍ଥିତ ଯନ୍ତରମନ୍ତର ଠାରେ ଗତ ୮ ତାରିଖରେ ତିନିଦିନ ଧରି ହୋ ସମାଜ ପକ୍ଷରୁ ଆଦିବାସୀ ହୋ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଧାରଣା ଦିଆଯାଇଥିଲା। ଏହି ଧାରଣାରେ ଭାରତର ବିଭିନ୍ନ ରାଜ୍ୟରୁ ହୋ ଆଦିବାସୀ ଜନଜାତିର ଲୋକମାନେ ଯୋଗଦେଇଥିଲେ।

ସେଥି ମଧ୍ୟରୁ ଚମ୍ପୁଆ ନିବାର୍ଚନ ମଣ୍ତଳୀର ଯୋଡା ବ୍ଲକ ଦେଓଝର ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ମଙ୍ଗଲ ମୁଣ୍ତାଙ୍କ ନେତୃତ୍ବରେ ଜ୍ଞାନରଂଜନ ଖୁନ୍ଟିଆ, ଜୟରାମ ଚାତାର, ସୁକୁରାମ ଚାତାର, ଅଜୁର୍ନ ଲାମାଏ, ଶିବଶଙ୍କର ସୁରି, ଗୋବିନ୍ଦ ସୁରି, ଡମ୍ବରୁଧର ସୁରି, ସୁବାସ ଦିଗି, ମାନିଆ ମୁଣ୍ତା, ମିନା ମୁଣ୍ତା, ସୁଜତା ମୁଣ୍ତା, ରେବତୀ ମୁଣ୍ତା, କୁନି ବିରୁଆ, ବେଭାନ ସୁରି ପ୍ରମୁଖ ଏହି ଧାରଣାରେ ସାମିଲ ଥିବା ପୂର୍ବତନ ସରପଞ୍ଚ ଶ୍ରୀ ମଙ୍ଗଲ ମୁଣ୍ତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର