ଭୁବନେଶ୍ବର : ରାଜ୍ୟରେ ଆଉ ୪ଟି ନୂତନ ରାଜସ୍ବ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ଦାବିପତ୍ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାପ୍ତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ଟିଟିଲାଗଡ଼, ବରଗଡ଼ ଜିଲ୍ଲାର ପଦ୍ମପୁର ଓ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ନୂଆ ରାଜସ୍ବ ଜିଲ୍ଲା ଘୋଷଣା ପାଇଁ ଦାବିପତ୍ର ପ୍ରାପ୍ତ ହୋଇଛି। ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବିଗୁଡ଼ିକ ଉପରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।
କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ହୋଇନାହିଁ
ଭୁବନେଶ୍ବର : କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ କୌଣସି ରାସ୍ତା ନିର୍ମାଣ ହୋଇନାହିଁ। ସେଭଳି କିଛି କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ ୨୦୨୧ ମସିହାରେ କୋଟିଆ ଗ୍ରାମ ପଞ୍ଚାୟତରେ ଅନୁପ୍ରବେଶ କରିବା ସହିତ ଏଠାରେ ରାସନ କିମ୍ବା ଭତ୍ତା ବଣ୍ଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଉପଲବ୍ଧ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Pramila-Mallik.jpg)