ଭୁବନେଶ୍ୱର: ରେଳ ଡାକ ସେବା କାର୍ଯ୍ୟାଳୟ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରୀକରଣ ନେଇ ଡାକ ବିଭାଗ ସ୍ପଷ୍ଟୀକରଣ ଦେଇଛି। କେତେକ ଖବରକାଗଜରେ ଏଭଳି ଖବର ପ୍ରକାଶ ପାଇବା ପରେ ଡାକ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଡାକ ବିଭାଗ ତରଫରୁ କୁହାଯାଇଛି ଯେ, କଟକ ରେଳ ଡାକ ସେବା କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉ ନାହିଁ। ମାତ୍ର ବରିଷ୍ଠ ଅଧିକ୍ଷକ, ରେଳ ସେବା କାର୍ଯ୍ୟାଳୟର କିଛି ଅଂଶ ସ୍ଥାନାନ୍ତରୀକରଣ କରାଯାଉଛି।
ବର୍ତ୍ତମାନ ମାଛୁଆ ବଜାରସ୍ଥିତ କାର୍ଯ୍ୟାଳୟ ଗୃହ ୮୦ ବର୍ଷରୁ ଉର୍ଦ୍ଧ୍ୱ ଏକ ଆଜବେଷ୍ଟସ ଘରେ କାର୍ଯ୍ୟ କରୁଅଛି। ବର୍ଷ ୨୦୧୮ରେ ସେଠାରେ ରେଳ ଡାକ ସେବା ପାଇଁ ଏକ ନୂତନ କୋଠାଘର ତିଆରି କରିବାର ଯୋଜନା ପ୍ରସ୍ତୁତି ହୋଇଅଛି। ସେଥିପାଇଁ ବରିଷ୍ଠ ଅଧିକ୍ଷକ, ରେଳ ଡାକ ସେବା କାର୍ଯ୍ୟାଳୟ କିଛି ଦିନ ପାଇଁ ଭୁବନେଶ୍ୱରରେ ଥିବା ଉଦବୃତ୍ତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ତଦଅନୁଯାୟୀ ପ୍ରଶାସନିକ ଆଦେଶ ଦିଆଯାଇଥିଲା।
ଫନି ଦ୍ୱାରା ବର୍ତ୍ତମାନ କାର୍ଯ୍ୟାଳୟ ଗୃହ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିଥିବାରୁ ପୂର୍ବର ଆଦେଶ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସଙ୍ଗେ ସଙ୍ଗେ ଏଚ.ଆର.ଓ କାର୍ଯ୍ୟାଳୟକୁ ୧୫ କ୍ୟାଣ୍ଟନମେଣ୍ଟ ରୋଡ, କଟକସ୍ଥିତ ଦୁଇଟି ବାସ ଭବନକୁ ସ୍ଥାନାନ୍ତରୀତ କରିବା ପାଇଁ ଆଦେଶ ଦିଆହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Post-Office.jpg)