ରେଢ଼ାଖୋଲ : ରେଢ଼ାଖୋଲ ଏନ୍ଏସିର ଦୁଇ ଗୋଷ୍ଠୀ ମଧ୍ୟରେ ବୁଧବାରଠାରୁ ଗଣ୍ତଗୋଳ ହୋଇଥିବା ଜଣାଯାଇଛି।
ସୂଚନା ଅନୁସାରେ ଏନ୍ଏସିର ଖନ୍ଦାଢ଼ିପ ନୂଆସାହିର କିଛି ଯୁବକ ଓ ସାଲେସିଂ ଯୁବକଙ୍କ ମଧ୍ୟରେ ବୁଧବାର ରାତ୍ରିରେ ଗଣ୍ତଗୋଳ ହୋଇଥିଲା। ଗୁରୁବାର ପୁଣି ଡାକ୍ତରଖାନା ଛକରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ହେଲେ ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଏ ବାବଦରେ ଥାନା ଅଧିକାରୀ ଜୟରଶ୍ମୀ ସେଠୀଙ୍କୁ ଯୋଗାଯୋଗ ହେବାରୁ, ସେ କହିଥିଲେ ଉଭୟ ଗୋଷ୍ଠୀ ମଧ୍ୟରେ ତାଙ୍କ ପରିବାର ସଦସ୍ୟ ଓ କିଛି କାଉନସିଲରଙ୍କ ସହାୟତାରେ ମିଳାମିଶା ଉଦ୍ୟମ ଜାରି ରହିଥିବାରୁ ମାମଲା ରୁଜୁ ହୋଇ ନାହିଁ ବୋଲି କହିଥିଲେ।