ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ତରୁଆଁ ପଞ୍ଚାୟତ ବଣିଆଁପଶି ଗ୍ରାମରେ ଧାନ ବିଲକୁ ଗୋରୁ ଛାଡ଼ିବା ଘଟଣାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହେବା ସହିତ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଣିଆଁପଶି ଗ୍ରାମର ସଂଜୟ ଗାହାଣ(୩୮) ଏବଂ ଶରତ ଗାହାଣ (୩୫)ଙ୍କ ଗାଈ ସେହି ଗ୍ରାମର ଚିନ୍ତାମଣି ଜେନା(୬୨)ଙ୍କ ଧାନ ବିଲରେ ପଶି ଧାନ ଗଛ ଖାଇବା ପରେ ଚିନ୍ତାମଣି ରାଗି ଯାଇ ଗାଈଟିକୁ ବାଡେଇ ତଡି ଦେଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଦୁଇ ଭାଇ ମିଶି ବିଲରେ ପହଞ୍ଚି ଚିନ୍ତାମଣିକୁ ଗାଳି ଗୁଲଜ କରିବା ସହିତ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଘଟଣା ପରେ ଚିନ୍ତାମଣି ରାମଚନ୍ଦ୍ରପୁର ଥାନାରେ ଦୁଇ ଭାଇଙ୍କ ନାମରେ ଏତଲା ଦେବା ପରେ ପୁଲିସ ୧୫୨/୨୨ ରେ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରି ସଂଜୟ ଏବଂ ଶରତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଅଦାଲତ ସେମାନଙ୍କ ଜାମିନ ନାମଞ୍ଜୁର କରିବାରୁ ଉଭୟଙ୍କୁ ଆନନ୍ଦପୁର ଉପ କାରାଗାରକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/1-15.jpg)