କଟକ: ଦଶହରା ପରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ସମୟରେ ଗୁରୁବାର କଟକ ସହରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଉଭୟ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଥିବା ଜଣାପଡ଼ିଛି। ସୁରକ୍ଷା ପାଇଁ ମୁତୟନ ଥିବା କିଛି ପୁଲିସ କର୍ମଚାରୀ ସାମାନ୍ୟ ଆହତ ଥିବା ଜଣାଯାଇଛି। ଉତ୍ତେଜନାମୂଳକ ସ୍ଥିତି ନେଇ ଖବର ମିଳିବା ପରେ କମିସନରେଟ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରିତ କରିପାରିଛି। ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
/sambad/media/post_attachments/wp-content/uploads/2022/10/Capture୭.jpg)
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ସମୟ ଠାରୁ କଟକରେ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ରାତିସାରା ଏହି କାର୍ଯ୍ୟକ୍ରମ ଜାରି ରହିବ। ମାତ୍ର ସନ୍ଧ୍ୟା ସମୟରେ ଭସାଣି ଶୋଭାଯାତ୍ରା ବେଳେ ଝାଞ୍ଜିରିମଙ୍ଗଳା ଗଡ଼ା ପାଖରେ ଉତ୍ତେଜନା ଦେଖାଯାଇଥିଲା। ଝାଞ୍ଜିିରିମଙ୍ଗଳା ହରିଜନ ସାହି ଓ କୁସୁନପୁରସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷରୁ ପଥରମାଡ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
/sambad/media/post_attachments/wp-content/uploads/2022/10/Capture୫.jpg)
ତେବେ ଏହି ଘଟଣା ନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, ମୂର୍ତ୍ତି ବିସର୍ଜନ ନେଇ ଝାଞ୍ଜିିରିମଙ୍ଗଳା ହରିଜନ ସାହି ଓ କୁସୁନପୁରସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇଟି ସାହିର ଲୋକଙ୍କ ମଧ୍ୟରେ ଉତ୍ତେଜନା ହୋଇଥିଲା। ଉତ୍ତେଜନା କାରଣରୁ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଠିକ ସମୟରେ ପହଞ୍ଚି ପରିସ୍ଥିତିକୁ ନିଜ ନିୟନ୍ତ୍ରରକୁ ଆଣିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Capture୬.jpg)