ପୁରୀ/ସାକ୍ଷୀଗୋପାଳ : ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଲକ୍ ସାଣ୍ଡେରା ପଞ୍ଚାୟତରେ ଆବାସ ଯୋଜନା ବୈଠକରେ ହିତାଧିକାରୀ ତାଲିକାକୁ ନେଇ ଗଣ୍ଡଗୋଳ ହୋଇଛି। ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ ପଣ୍ଡା ଓ ପୂର୍ବତନ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନାଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଆଗରେ ବିଜେଡିର ଏହି ଦୁଇଗୋଷ୍ଠୀ ମାରପିଟ୍ ହୋଇଛନ୍ତି। ମାରପିଟ୍ରେ ଶ୍ରୀ ଜେନା ଓ ଅନ୍ୟମାନେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସତ୍ୟବାଦୀ ଥାନାରେ ଏ ନେଇ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ସହ କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
ଆବାସ ଯୋଜନାକୁ ନେଇ ଗ୍ରାମସଭାରେ ହାତାହାତି
/sambad/media/post_attachments/wp-content/uploads/2023/02/sakhigopal2.jpg)