ଢେଙ୍କାନାଳ : ଲକ୍ଷ୍ମୀପୂଜା ଭସାଣି ଚାଲୁଥିବା ବେଳେ ବୁଧବାର ଦିନ ସହର ଉପକଣ୍ଠ କଣ୍ଟାନାଳୀ ବାଇପାସ୍ ପୂଜା ପ୍ରତିଷ୍ଠାନ ଏବଂ ବନମାଳୀପ୍ରସାଦ ପୂଜା ପ୍ରତିଷ୍ଠାନ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ମାରପିଟ୍ ଓ ଗଣ୍ତଗୋଳ ହୋଇଥିଲା। ଗଣ୍ଡଗୋଳକାରୀମାନେ ଟେକାପଥର ମାଡ଼ ମାରିବା ଫଳରେ ସାଲେପୁରରୁ ଆସିଥିବା ଏକ ବାଜା ଦଳର ୨ଟି ଡିଜେ ଗାଡ଼ି ଏବଂ ଡିଜେ ମେସିନ୍ ଭାଙ୍ଗିବା ସହ ଗୋଟିଏ ମେସିନ୍ ଗାଏବ ହୋଇଯାଇଥିଲା। ଗଣ୍ତଗୋଳ ଖବରପାଇ ଏକ ପ୍ଲାଟୁନ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ଉଭୟ ପକ୍ଷ ଆରୋପ ପ୍ରତ୍ୟାରୋପ କରିବା ସହ ବୁଝିବା ସ୍ଥିତିରେ କେହି ନଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଫଳରେ ବାଧ୍ୟ ହୋଇ ପୁଲିସ୍ ଆଇନଶୃଙ୍ଖଳା ରକ୍ଷା ପାଇଁ ଲାଠିଚାର୍ଜ କରି ଉଭୟ ପକ୍ଷଙ୍କୁ ଘଉଡ଼ାଇଥିଲେ।
/sambad/media/post_attachments/wp-content/uploads/2022/10/dhenkanal-300x103.jpg)
ଅନ୍ୟପକ୍ଷରେ ଟେକାପଥର ମାଡ଼ରେ ୨ଜଣ ପୁଲିସ୍ କର୍ମଚାରୀ ଏବଂ ୫ଜଣ ସ୍ଥାନୀୟ ଲୋକ ଆହତ ହୋଇଥିବା ଜଣାଯାଇଛି। ଡିଜେ ସାଉଣ୍ତ ଭାଙ୍ଗିଥିବା ବାଜା ଦଳ ସହିତ ଆସିଥିବା ସୁବାସ ରାଉତ କୁହନ୍ତି ଯେ, ଘଟଣା ସଂପର୍କରେ ସେ ଜାଣି ନାହାନ୍ତି। ଉଭୟ ବଜାରବାସୀ ମାଡପିଟ୍ ହେବା ଭିତରେ ତାଙ୍କର ୩୨ ଲକ୍ଷ ଟଙ୍କାର ଡିଜେକୁ ଭାଙ୍ଗିଦେଇଛନ୍ତି। ଗୋଟିଏ ମେସିନ୍ କେହି ନେଇଯାଇଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/dhenkanal-2.jpg)