ଗୋଳନ୍ଥରା : ଗଞ୍ଜାମ ଜିଲା ଗୋଳନ୍ଥରା ନିକଟ ପାଲୁର ହିଲସ୍‌ ସ୍ଥିତ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ‘ନିଷ୍ଟ’ରେ ‌ସୋମବାର ଧସ୍ତାଧସ୍ତି ହୋଇଛି।

Advertisment

ସୋମବାର ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ଅନୁଷ୍ଠାନ ନିର୍ଦ୍ଦେଶକଙ୍କୁ ସେମାନଙ୍କ ଯୁକ୍ତ ୨ ଏବଂ ମାଟ୍ରିକ ଅରିଜିନାଲ୍‌ ସାର୍ଟିଫିକେଟ୍‌ ମାଗିଥିଲେ। କିନ୍ତୁ ସାର୍ଟିଫିକେଟ୍‌ ନ ମିଳିବାରୁ ଉତ୍ତ୍ୟକ୍ତ ଛାତ୍ରମାନେ ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ପଶି ଭଙ୍ଗାରୁଜା କରିବା ସହ ନିଷ୍ଟ୍‌ର ନିର୍ଦ୍ଦେଶକ ସଂଗ୍ରାମ ମୁଦାଲିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପଟେ ଅଣଛାତ୍ରଙ୍କ ଆକ୍ରମଣରେ ୨ଜଣ ଛାତ୍ର ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଗୋଳନ୍ଥରା ଥାନାରେ ନିଷ୍ଟ ନିର୍ଦ୍ଦେଶକ ଶ୍ରୀ ମୁଦାଲି ଅନ୍‌ଲାଇନରେ ଅଭିଯୋଗ ଦାଖଲ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।