ପୁରୀ: ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ଭିତରେ ଆଜି ଅପରାହ୍ଣରେ ମାରପିଟ୍ ଘଟଣା ଲୋକଲୋଚନାକୁ ଆସିଛି। ନୀଳଚକ୍ର ବାନା ବିକ୍ରିକୁ ନେଇ ଏହି ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ମାରପିଟ୍ ଘଟଣାରେ ଦୁଇଜଣ (ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତ) ଆହତ ହୋଇଛନ୍ତି।
ସୂଚନା ଅନୁସାରେ ମହାପ୍ରଭୁଙ୍କ ନୀଳଚକ୍ର ବାନାକୁ ବିକ୍ରି ନେଇ ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତର ଦୁଇ ଜଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ପରେ ଉଭୟ ସେବାୟତଙ୍କ ମଧ୍ୟରୁ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି।
ଚୁନେରା ସେବାୟତଙ୍କ କହିବା ଅନୁସାରେ, ବାନା ବିକ୍ରି କରିବାକୁ ନେଇ ସେମାନଙ୍କର ଅଧିକାର ରହିଛି। ସମସ୍ୟାର ସମାଧାନ ନହେଲେ ନୀଳଚକ୍ରରେ ବାନା ବାନ୍ଧିବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ତେବେ ନୀଳଚକ୍ର ବାନା କିଏ ବିକ୍ରି କରିପାରିବେ ସେ ନେଇ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ମନ୍ଦିର ସେବାୟତମାନେ ଏହି ଘଟଣାକୁ ଗୁରୁତ୍ବର ସହିତ ନନେଲେ ନୀତିକାନ୍ତିରେ ବିଭ୍ରାଟ ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନେ ନୀଳଚକ୍ର ପାଇଁ ବାନା ଅର୍ପଣ କରିଥାନ୍ତି। ସେହିପରି ଓଲାଗି ବାନାଗୁଡ଼ିକ ଚୁନେରା ସେବାୟତମାନେ ଭକ୍ତମାନଙ୍କୁ ବାନା ବିକ୍ରି କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/9fcf1720-2794-4298-8993-25a62177a1c8.jpeg)