ଜମନକିରା: ଜମନକିରା ଥାନା ଜେମାମାଲ ଗ୍ରାମରେ ବୁଧବାର ମଦ ପିଇବାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଟାଙ୍ଗିଆ ଆକ୍ରମଣରେ ରିଙ୍କୁ ସୁରଜଲିଆ(୨୪) ଆହତ ହୋଇଥିବା ଜଣାଯାଇଛି।

Advertisment

ବୁଧବାର ଗ୍ରାମର ପ୍ରମୋଦ ପଟ୍ଟା(୪୦) ଓ ରିଙ୍କୁ ଦୁହେଁ ମିଶି ମଦ ପିଉଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରମୋଦ ଏକ ଟାଙ୍ଗିଆରେ ରିଙ୍କୁ ମୁଣ୍ଡକୁ ଆକ୍ରମଣ କରିଥିଲେ। ରିଙ୍କୁ ତଳେ ପଡିଯାଇଥିଲେ। ଏହା ପରେ ପ୍ରମୋଦ ସେଠାରୁ ଫେରାର ମାରିଥିଲେ। ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।