ବେତନଟୀ: ବଡ଼ସାହି ବ୍ଲକ୍ ବଡ଼ଗମ୍ଭାରିଆ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ସ୍ବାକ୍ଷର ଜାଲ କରି ଅଙ୍ଗନବାଡ଼ି କର୍ମୀ ଅଣ୍ଡା ଓ ଛତୁଆ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଭାରପ୍ରାପ୍ତ ସିଡିପିଓ ଅବଗତ ହେବା ପରେ ସୁପରଭାଇଜର ବାସନ୍ତୀ ନାୟକ ଓ ସୁପ୍ରଭା ନାୟକଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ହେଲେ ସୁପରଭାଇଜରଙ୍କ ତଦନ୍ତରେ ଗ୍ରାମବାସୀ ଅସନ୍ତୁଷ୍ଟ ହୋଇଥିଲେ। ଫଳରେ ଗ୍ରାମର କିଛି ମହିଳା ଓ ସୁପରଭାଇଜରଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ଯାହାକୁ ନେଇ ଗ୍ରାମର ମଧୁସ୍ମିତା ଗିରି ଗତକାଲି ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ତେଣୁ ଆଜି ୱାର୍ଡ ସଭ୍ୟ ଅର୍ଜୁନ ଟୁଡୁଙ୍କ ନେତୃତ୍ବରେ ମନ୍ଦାକିନୀ ଜେନା, ପାନମଣି ହାଁସଦା, ନରେନ୍ଦ୍ର ଜେନା, ନରେନ୍ଦ୍ର ସାସମଲ ତଥା ତାରାତାରିଣୀ, ଚନ୍ଦନେଶ୍ବର, ମା’ ସିନ୍ଦୁରଗୌରା, ମା’ ତାରିଣୀ, ବିଦ୍ୟୁଚାନ୍ଦାନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ରଶ୍ମିରେଖା ଗିରି, ସୁମତୀ ହାଁସଦା, ମାଳତୀ ହାଁସଦା, କାମିର ସୋରେନ, ଦୁଲାରୀ ଟୁଡୁ, ସୁକାନ୍ତି ଜେନାଙ୍କ ସହ ଶତାଧିକ ମହିଳା ବେତନଟୀ ଏସ୍ଡିପିଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଫଳରେ ବେତନଟୀ ଏସ୍ଡିପିଓ ବଡ଼ସାହି ଥାନା ଆଇଆଇସିଙ୍କୁ ଘଟଣାର ତଦନ୍ତ କରିବା ସହ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/12-16.jpg)