ରାୟଗଡ଼ା: ବିଜୁଳି ଆଘାତରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଛାତ୍ରୀ ମୃତ

ମୁନିଗୁଡ଼ା: ବୁଧବାର ରାତିରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କୁମୁଡ଼ାପାଲିସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଜୁଳି ଆଘାତ ଯୋଗୁଁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ମୃତ ଛାତ୍ରୀ ହେଉଛନ୍ତି ଗୁମୁଡ଼ି ଗାଁର ନନ୍ଦିନୀ କାଡ୍ରାକା। ସେ ସପ୍ତମ ଶ୍ରେଣୀରେ ପଢ଼ିବା ସହ ଛାତ୍ରୀ ନିବାସରେ ରହୁଥିଲେ।

ରାତି ପ୍ରାୟ ୧୧: ୫୫ରେ ଛାତ୍ରୀନିବାସ ବାହାରେ ଥିବା ଶୌଚାଳୟକୁ ଯାଉଥିବା ବେଳେ ବର୍ଷାଯୋଗୁଁ ଓହଳି ପଡ଼ିଥିବା ଲିକେଜ୍‌ ସର୍ଭିସ୍‌ ତାର ତାଙ୍କ ମୁଣ୍ଡରେ ଲାଗି ଯାଇଥିଲା। ଫଳରେ ତାଙ୍କ ଶରୀର ମଧ୍ୟକୁ ବିଦ୍ୟୁତ୍‌ ପ୍ରବାହ ଘଟି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ମୁନିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାଛାତ୍ରୀଙ୍କ ଶବ ଜବତ କରିଥିଲା।

ବ୍ୟବଚ୍ଛେଦ ନିମନ୍ତେ ଆଜି ସକାଳେ ନନ୍ଦିନୀଙ୍କ ଶବ ଡାକ୍ତରଖାନାକୁ ନିଆଯାଇଛି।

ସମ୍ବନ୍ଧିତ ଖବର