ଛାତ୍ରୀନିବାସ ପାଚେରି ଡେଇଁ ଯାଉଥିବା ବେଳେ ୯ମ ଶ୍ରେଣୀ ଛାତ୍ରୀଙ୍କ ଗୋଡ଼ ଭାଙ୍ଗିଲା

ଗଞ୍ଜାମ: ଶୁକ୍ରବାର ରାତିରେ ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିରର ଶ୍ରୀଧାମ ଆବାସିକ ପାଚେରି ଡେଇଁ ଯାଉଥିବା ବେଳେ ଜଣେ ଛାତ୍ରୀ ଆହତ ହୋଇଛନ୍ତି।

ଆହତ ଛାତ୍ରୀଙ୍କ ନାମ ଅଞ୍ଜଳି ପ୍ରଧାନ ଓ ସେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ପାଚେରି ଉପରୁ ଡେଇଁବା ଯୋଗୁଁ ତାଙ୍କର ଗୋଟାଏ ଗୋଡ଼ ଭାଙ୍ଗି ଯାଇଥିବା କୁହାଯାଉଛି।

ଡାକ୍ତରଖାନାରେ ପହଞ୍ଚିଥିବା ଛାତ୍ରୀଙ୍କ ମାଆ କହିଛନ୍ତି ଯେ, ଦୀପାବଳି କଥା ନୁହେଁ, ଆଜି ତା’ର ଜନ୍ମଦିନ ଥିବାରୁ ସେ ଘରକୁ ଆସିବାକୁ ଚାହୁଁଥିଲା। କିନ୍ତୁ, ଆମେ (ବାପାମାଆ) ଆଜି ବ୍ରହ୍ମପୁର ଯାଉଥିବାରୁ ତାକୁ ଘରକୁ ନ ଆସିବାକୁ କହିବାରୁ ସେ ରାଗିଯାଇ ଏପରି କରିଛି।

ସ୍ଥାନୀୟ ସାହି ବାସିନ୍ଦା ପୁଲିସକୁ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ ଯେ, ତଳେ ପଡ଼ିଯିବା ପରେ ଅଞ୍ଜଳି ଘୁଷୁରି ଘୁଷୁରି ଆସି କାନ୍ଦି କାନ୍ଦି ସାହିବାସିନ୍ଦାଙ୍କୁ ନିଜର ଦୁଃଖ ଜଣାଇଥିଲା। ସେ କହିଥିଲା ଯେ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ତାଙ୍କୁ ଘରକୁ ଛାଡୁ ନାହାନ୍ତି କି, ମାଆଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦେଉନାହାନ୍ତି।

ସମ୍ବନ୍ଧିତ ଖବର