ପୁଣି ନବମ‌ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଉଦଳା (୧) : ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅଧୀନ ଏକ ଆଶ୍ରମ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ; ପ୍ରତି ମାସ ପରି ଚଳିତ ମାସ ୭ ତାରିଖ ଦିନ ସ୍ଥାନୀୟ ଏନ୍‌ଏନ୍‌ଏମ୍ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଯାଇଥିଲେ। ପରୀକ୍ଷା ସମୟରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ମାମୁନି (ଛନ୍ଦନାମ) ଗର୍ଭବତୀ ଥିବା ତାଙ୍କର ସନ୍ଦେହ ହୋଇଥିଲା। ଫଳରେ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଏନେଇ କଥାବାର୍ତା ହୋଇଥିଲେ। ପରେ ମାମୁନିଙ୍କୁ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା। ବାରିପଦାରେ ଆବଶ୍ୟକ ପରୀକ୍ଷା ପରେ ମାମୁନି ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ପ୍ରଧାନଶିକ୍ଷକ ଏନେଇ ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୧୨/୧୯ରେ ଏକକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଅନ୍ୟପଟେ ଘଟଣା ପ୍ରଘଟ ପରେ ମୟୂରଭଂଜ ଜିଲ୍ଲାପାଳ ଦିଲ୍ଲୀପ ଭରଦ୍ବାଜ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କ ନିର୍ଦେଶରେ ଆଶ୍ରମର ମାଟ୍ରୋନ୍‌ ସୁବର୍ଣ୍ଣ ମଢ଼େଇଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମହାପାତ୍ର ଅନ୍ୟତ୍ର ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର