ସୋନପୁର : ସୋନପୁର ପୂର୍ତ୍ତ ବିଭାଗ କଲୋନିର ଧନମତୀ ସାହୁଙ୍କ ଝିଅ ପୂଜା ସାହୁ (୧୫) ବେକରେ ଶାଢ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପୂଜା ସୋନପୁର ସରକାରୀ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ରବିବାର ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିଲେ। ପ୍ରାୟ ସାଢ଼େ ୫ଟାରେ ପରିବାର ଲୋକ ଆଜବେଷ୍ଟସରେ ଲାଗିଥିବା ଲୁହା ପାଇପ୍ରେ ଶାଢିରେ ପୂଜାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/09/suicide.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)