ଜୁନ ଶେଷ ସପ୍ତାହରେ ସପ୍ଲିମେଣ୍ଟାରି ପରୀକ୍ଷା

୨୦୨୦ରେ ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା, ରହିବନି ଓଏମଆର ସିଟ୍

କଟକ : ଚଳିତ ମାଟ୍ରିକ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ପାରି ନାହାନ୍ତି ସେମାନେ ସପ୍ଲିମେଣ୍ଟାରି ପରୀକ୍ଷା ଦେଇ ପାରିବେ। ଜୁନ ଶେଷ ସପ୍ତାହରେ ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ ଏବଂ ତାହାର ସବିଶେଷ ବିବରଣୀ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ୨୦୨୦ରୁ ନୂଆ ଢାଞ୍ଚାରେ ପରୀକ୍ଷା ହେବାକୁ ଯାଉଛି। ଓଏମ୍୍ଆର ଉତ୍ତର ସିଟ୍ ବ୍ୟବସ୍ଥା ଆଉ ରହିବ ନାହିଁ। ଖାତାରେ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଲେଖିବା ପ୍ରକ୍ରିୟା ପୁଣି ଥରେ ୨୦୨୦ରୁ ପ୍ରଚଳନ ହେବ।

ସମ୍ବନ୍ଧିତ ଖବର