ରାୟଗଡ଼ା: ରାୟଗଡା ସହରର ଶୋଭା ବଢାଉଥିବା ପ୍ରେମ ପାହାଡ଼ ପର୍ଯ୍ୟଟନ ସ୍ଥଳୀରେ ଜିଲ୍ଳା ବିଜେପି ଓ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆଜି ସକାଳ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା ଏବଂ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ବୁରୁଡ଼ି ଲକ୍ଷ୍ମୀଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରେମ ପାହାଡ଼ରେ ପଡ଼ି ରହିଥିବା ଅଳିଆ ଆର୍ବଜନାଗୁଡିକୁ ସଫା ସୁତୁରା କରିଥିଲେ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୦୫ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ନାଗରିକଙ୍କୁ ରବିବାର ଏକ ଘଂଟା ଧରି ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନିଜ ଅଂଚଳକକୁ ସ୍ୱଚ୍ଛ କରିବାକୁ ଆହ୍ୱାନ କରିଥିଲେ। ସେହିପରି ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ବିଜେପି ତରଫରୁ ସେବା ସପ୍ତାହ ପାଳନ କରାଯାଉଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଳା ଉପସଭାପତି କେ.ଅଶ୍ୱନୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି କାଉନସିଲର ଶାନ୍ତି, ରଜତ ମାଦଳା, ପ୍ରତାପ ପୁଆଲା, କେ.ଶ୍ରୀନୁଙ୍କ ସମେତ ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ ପ୍ରେମ ପାହାଡ଼ରେ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Rgda-BJP-ra-swachh-bharat-abhijan-2.jpg)