ପରିବେଶ ଦୂଷିତ ହେବାରେ ମୂଳ କାରଣ ହେଉଛି ପ୍ଲାଷ୍ଟିକ୍ ଓ ପଲିଥିନ୍: ଧର୍ମେନ୍ଦ୍ର ପ୍ରଧାନ

‘ଆମେ ଓଡିଆ’ ଓ ’ୟୁଥ୍ ଫର୍ ସେବା’ର ମିଳିତ ଉଦ୍ୟମରେ ପଲିଥିନ ହଟାଅ କାର୍ଯ୍ୟକ୍ରମ

ପୁରୀ: ପବିତ୍ର ରଥଯାତ୍ରା ଉପଲକ୍ଷେ ‘ଆମେ ଓଡିଆ’ ଓ ‘ୟୁଥ୍ ଫର୍ ସେବା’ର ମିଳିତ ସହଯୋଗରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ବଡଶଙ୍ଖଠାରେ ପ୍ଲାଷ୍ଟିକ୍ ହଟାଅ ଓ ରାସ୍ତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପରିବେଶ ଦୂଷିତ ହେବାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୂଳ କାରଣ। ଏହାକୁ ଅତି କମ୍ ବ୍ୟବହାର କରିବା ଓ ଆଗାମୀ ପିଢ଼ି ପାଇଁ ପରିବେଷ ସୁରକ୍ଷିତ ରଖିବା ଏହା ହିଁ ଆମର ମୂଳ ଲକ୍ଷ୍ୟ ।

ଆଜି ସକାଳ ୮ରୁ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ‘ଆମେ ଓଡିଆ’ର ସମ୍ପାଦକ ସଂଗ୍ରାମ ପାତ୍ର ଓ ‘ୟୁଥ୍ ଫର୍ ସେବା’ର ଓଡିଶା ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ୪୦୦ରୁ  ଊର୍ଦ୍ଧ୍ବ ଯୁବକ-ଯୁବତୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସେବାର ମନବୃତି ଭାବନ ରଖି ଏହି ସଂଗଠନ ଆଗେଇଥିଲା । କୋଭିଡ ନିୟମାବଳୀକୁ ଦୃଷ୍ଟିରେ ରଖି ମାସ୍କ ଓ ଦୂରତା ବଜାୟ ରଖି ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତିା  ଏହି ଟିମ୍‌ରେ ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ଯୁବକ ଓ ଯୁବତୀ ଯୋଗ ଦେଇ ପ୍ଲାଷ୍ଟିକ୍ ହଟାଇବାର ବାର୍ତ୍ତା ଦେଇଥିଲେ ।

ଟିମ୍‌ର ସଦସ୍ୟମାନେ ପୁରୀ ଗୁଣ୍ଡିଚା ମନ୍ଦିରରୁ ବଡଦାଣ୍ଡ ରାସ୍ତାରେ ବ୍ୟବହାର ହୋଇଥିବା ପଲିଥିନ୍ ଆବର୍ଜନା ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର