ସମ୍ବଲପୁର: ସମ୍ବଲପୁରକୁ ସ୍ୱଚ୍ଛ ରଖିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡ଼ିବ। ନିଜକୁ ପରିବର୍ତ୍ତନ ନକଲେ, ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱବୋଧ ନ ରହିଲେ ସମ୍ବଲପୁର ସ୍ୱଚ୍ଛ ହେବ ନାହିଁ । ଦଳ, ମତ, ସଂଗଠନ ଓ ବିଚାରରୁ ଊର୍ଦ୍ଧ୍ୱରେ ରହି ଏଥିପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ‘ଜନ ଭାଗୀଦାରି ଦ୍ୱାରା ସ୍ୱଚ୍ଛତା’ ଆରମ୍ଭ କରିବା ସହ ସଫେଇ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ। ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡ଼ିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦେଶର ପ୍ରଗତିରେ ‘ସ୍ୱଚ୍ଛତା’କୁ ଏକ ମାଧ୍ୟମ କରିଥିଲେ। ସେହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନଆନ୍ଦୋଳନରେ ପରିଣତ କରିଛନ୍ତି। ସମ୍ବଲପୁରରେ ସ୍ୱଚ୍ଛ ସମାଜସେବୀ ତିଆରି ହୋଇପାରିଲେ ହିଁ ଆମର ସ୍ୱଚ୍ଛ ସମ୍ବଲପୁରର ସ୍ୱପ୍ନ ପୂରଣ ହୋଇପାରିବ।
‘ଜନଭାଗୀଦାରି ଦ୍ୱାରା ସ୍ୱଚ୍ଛତା ଅଭିଯାନ’ ଆରମ୍ଭ
ନିଜକୁ ଫିଟ୍ ରଖିବା ପାଇଁ ଯେଉଁଭଳି ଶାରୀରିକ ବ୍ୟାୟାମ କିମ୍ବା ଅନ୍ୟ ପ୍ରୟୋଗ ଆପଣାଇଛେ, ସେହି ସମୟରେ ସ୍ୱଚ୍ଛତାକୁ ମଧ୍ୟ ସମସ୍ତେ ଆପଣାଇବା ଦରକାର। ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପ ନେବା ଏବଂ ଆମ ସହର ଓ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା। ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୂରା କରିବା ପାଇଁ ସଂକଳ୍ପ ନେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍ପି ମୁକେଶ ଭାମୁ, ମହାନଗର ନିଗମ କମିସନର ବେଦଭୂଷଣ, କଣ୍ଠଶିଳ୍ପୀ ଉମାକାନ୍ତ ବାରିକ, ବିଜେପି ନେତା ଗିରୀଶ ପଟେଲ, ସୀମାଞ୍ଚଳ ଖଟେଇ, ଡ. ପ୍ରମୋଦ ରଥ, ଗୋବିନ୍ଦ ଅଗ୍ରୱାଲ, ସୁଧୀର ବହିଦାର, ସମୀର ବାବୁ, ଦାମୋଦର କର, ମାନସ ରଞ୍ଜନ ବକ୍ସି, ସୁଶାନ୍ତ ପୁରୋହିତ, ରାମଦାସ ପଣ୍ଡାଙ୍କ ସହିତ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/25/2giNhqKjMjOAdphnCAdO.jpg)