ଭୁବନେଶ୍ୱର : କୋଣାର୍କ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ବେଳେ ମଲା ମୂଷାର ଉତ୍କଟ ଗନ୍ଧ କାରଣରୁ ବ୍ରହ୍ମପୁର ଷ୍ଟେସନରେ ଓଡ଼ିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଓହ୍ଲାଇଯିବା ଘଟଣାରେ ପୂର୍ବତଟ ରେଳପଥ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ କୋଣାର୍କ ଏକ୍ସପ୍ରେସ୍ର ସଫେଇ ସୁପରଭାଇଜର୍ଙ୍କୁ ନିଲମ୍ବିତ କରାଯାଇଛି।
ଶୁକ୍ରବାର ଦିନ ଭୁବନେଶ୍ୱରରୁ ଛାଡ଼ିଥିବା କୋଣାର୍କ ଏକ୍ସପ୍ରେସ୍ର ସଫେଇ ଦାୟିତ୍ୱରେ ଥିବା ଭୁବନେଶ୍ୱର କୋଚିଂ ଡିପୋ ସୁପରଭାଇଜର୍ଙ୍କୁ ଖୋର୍ଧାରୋଡ଼୍ ଡିଭିଜନ୍ ପକ୍ଷରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଏହାସହିତ ଆଜି ପୂର୍ବତଟ ରେଳର ଚିଫ୍ ମେକାନିକାଲ୍ ଇଞ୍ଜିନିୟର ଭୁବନେଶ୍ୱରଠାରେ ଥିବା କୋଚିଂ ଡିପୋର ସର୍ଭେ କରିଥିଲେ। ଏହି ଘଟଣା ପରେ ରାଜଧାନୀ, ପ୍ରଶାନ୍ତି ଏକ୍ସ୍ପ୍ରେସ୍ରେ ମଧ୍ୟ ସଫେଇ ବ୍ୟବସ୍ଥାର ଉପଯୁକ୍ତ ଧ୍ୟାନ ଦିଆଯିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ବିଚାରପତି ବିଶ୍ୱନାଥ ରଥ କୋରାପୁଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଣାର୍କ ଏକ୍ସପ୍ରେସ୍ରେ ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିଲେ। ମଲା ମୂଷାର ଉତ୍କଟ ଗନ୍ଧ କାରଣରୁ ଶ୍ରୀ ରଥ ବ୍ରହ୍ମପୁର ଷ୍ଟେସନରେ ଟ୍ରେନ୍ରୁ ଓହ୍ଲେଇଯିବାକୁ ବାଧ୍ୟ ହୋଇଥିଲେ। ଏ ନେଇ ସେ ପୂର୍ବତଟ ରେଳପଥ କର୍ତୃପକ୍ଷଙ୍କୁ ଜଣାଇବା ପରେ ଆଜି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/judge.jpg)
