ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉଦୟନାଥ ଜେନା ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କାର ମାଲିକ । ତାଙ୍କ ନାଁରେ ୭ଟି ଜମି ଓ ୨ଟି ଘର ରହିଛି । ପତ୍ନୀଙ୍କ ନାଁରେ ବି ଜମି, କୋଟିଏ ୩୨ ଲକ୍ଷରୁ ଅଧିକ ଟଙ୍କାର ଜମି ରହିଛି। ୧୯୮୯ରୁ ୨୦୨୦ ମଧ୍ୟରେ ମୋଟ୍ ଦରମା ୩୫ ଲକ୍ଷ ଟଙ୍କା ଥିବା ବେଳେ ଆୟବର୍ହିଭୂତ ସମ୍ପତ୍ତିର ମୂଲ୍ୟ ୧ କୋଟି ୧୭ ଲକ୍ଷ ୮୧ ହଜାର ୧୦୩ ଟଙ୍କା।
ସୂଚନାଯୋଗ୍ୟ, ଭୁବନେଶ୍ୱର ଭିଜିଲାନସ ପକ୍ଷରୁ ଉଦୟନାଥ ଜେନାଙ୍କ ସୁନ୍ଦରପଦାସ୍ଥିତ ଘର, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍ ଅନ୍ତର୍ଗତ ଏଣ୍ଡୁଳପୁର ଗ୍ରାମରେ ଥିବା ପୈତୃକ ଘର ଓ ତାଙ୍କ ଅଫିସରେ ଚଢଉ କରିଥିଲା। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହା ଚଢଉ କରାଯାଇଥିଲା।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଗିରଫ
/sambad/media/post_attachments/wp-content/uploads/2020/11/vigilance-ff.jpg)